ଡୋଳା ବୁଲାଉଛନ୍ତି ଭାରତୀୟ ସେନା, ବାଂଲାଦେଶ ସୀମାରେ ନାଇଟ୍ କର୍ଫ୍ୟୁ ଆରମ୍ଭ

ଚାରିପାଖେ ବୁଲୁଛି ନଜର । ବାଂଲାଦେଶ ପଟେ ରହିଛି ନଜର ।

ଶିଲଂ: ଭାରତ-ପାକିସ୍ତାନ ଯୁଦ୍ଧ ଭିତରେ ବାଂଲାଦେଶ ସୀମାରେ ହାଇ ଆଲର୍ଟ ଜାରି ହୋଇଛି । ମେଘାଳୟ ଏବଂ ବାଂଲାଦେଶକୁ ଲାଗି ଥିବା ବର୍ଡରରେ ନାଇଟ୍ କର୍ଫ୍ୟୁ ଆରମ୍ଭ ହୋଇସାରିଛି ।

ଏ ନେଇ ଇଷ୍ଟ ଖାସି ହିଲ୍ସର ଜିଲ୍ଲାପାଳ ଆଡଭାଇଜରି ଜାରି କରିଛନ୍ତି । ପାକିସ୍ତାନ-ଭାରତ ଟେନସନ୍ ଭିତରେ ବାଂଲାଦେଶ ସୀମା ଦେଇ ବିଦ୍ରୋହୀ ଗ୍ରୁପ୍, ସ୍ମଗଲର ପ୍ରବେଶ ମାତ୍ରା ବଢ଼ିଯାଇଛି । ଯାହାକୁ ଦୃଷ୍ଟିରେ ରଖି ଏହି ଗାଇଡ୍ ଲାଇନ୍ ଜାରି କରାଯାଇଛି।

ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁକୁ କଡ଼ା କଡ଼ି କରିଦିଆଯାଇଛି । ଏଥିସହ ସୀମାରେନ ୫ରୁ ଅଧିକ ଲୋକ ଏକାଠି ହେବାକୁ ମନା କରାଯାଇଛି । ବାଡ଼ି କିମ୍ବା ପଥର ନେଇ ସୀମାରେ ବୁଲିବାକୁ ମଧ୍ୟ ବାରଣ କରାଯାଇଛି ।

ବିଏସଏଫ୍, ସ୍ଥାନୀୟ ପୋଲିସ, ଇଣ୍ଟେଲିଜେନ୍ସ ଟିମ ମିଳିତ ଭାବେ ପ୍ରାଟ୍ରେଲିଂ କରୁଛନ୍ତି ।