ଓମିକ୍ରନ୍ ପ୍ରଭାବ: ଗୁଜରାଟରେ ଚଳିତ ବର୍ଷ ଶେଷ ସୁଦ୍ଧା ଲାଗୁହେଲା ନାଇଟ୍ କର୍ଫ୍ୟୁ, ମୁମ୍ବାଇରେ ୧୪୪ ଧାରା ଜାରି

ନୂଆଦିଲ୍ଲୀ: ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାକୁ ନଜରରେ ରଖି ଅନେକ ରାଜ୍ୟର ସରକାର ଆଲର୍ଟ ଜାରି କରିଛନ୍ତି । ଲୋକମାନଙ୍କୁ କୋଭିଡ୍ ଗାଇଡଲାଇନ୍ ପାଳନ କରିବାକୁ ପରାମର୍ଶ ଦେଉଛନ୍ତି । ସ୍ଥିତି ବିଗୁଡ଼ୁଥିବା ବେଳେ ପୁଣିଥରେ ଲକଡାଉନ୍ ଓ ନାଇଟ୍ କଫ୍ୟୁ କରିବା ନେଇ ସରକାର ଯୋଜନା କରୁଛନ୍ତି । ବର୍ତ୍ତମାନ ଦେଶରେ ନୂତନ ଭାରିଆଣ୍ଟ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା୧୬୧ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ନୂତନ ବର୍ଷ ସେଲିବ୍ରେସନ୍ ଉପରେ ରୋକ୍ ଲଗାଇଦିଆଯାଇଛି ।

ତେବେ ଲଗାତର ଭାବରେ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହେଉଥିବାରୁ ଗୁଜୁରାଟ ସରକାର ନିଜର ୮ଟି ପ୍ରମୁଖ ସହରରେ ୩୧ ଡିସେମ୍ବର ପର୍ଯ୍ୟନ୍ତ ନାଇଟ୍ କଫ୍ୟୁ ଜାରି କରିଛନ୍ତି । ସେହିପରି ମୁମ୍ବାଇ ପୋଲିସ୍ ପୂରା ସହରରେ ୩୧ ଡିସେମ୍ବର ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରିଛନ୍ତି ଓ କୋଭିଡ୍ ଗାଇଡଲାଇନ୍ କୁ କଡ଼ାକଡ଼ି କରିଛନ୍ତି । ନୂଆବର୍ଷ ଅବସରରେ ମୁମ୍ବାଇରେ ଯୁବକ-ଯୁବତୀ ମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ପାର୍ଟି ଆଦି କରିଥାନ୍ତି । ରାସ୍ତା ଘାଟ ଉପରେ ମଧ୍ୟ ସେଲିବ୍ରେସନ୍ କରାଯାଏ । ଗତବର୍ଷ ମଧ୍ୟ କୋଭିଡ୍ କାରଣରୁ ସବୁ କିଛି କାର୍ଯ୍ୟକଳାପ ଉପରେ ରୋକ୍ ପ୍ରତିବନ୍ଧକ ଲଗାଯାଇଥିଲା ।

ଏହି ପରିପ୍ରେକ୍ଷୀରେ ବିଏମସି ପକ୍ଷରୁ ଗାଇଡଲାଇନ୍ କୁ କଡ଼ାକଡ଼ି କରିବାକୁ ଯାଇ ହୋଟେଲ୍ ମାନଙ୍କରେ କେବଳ ୫୦ ପ୍ରତିଶତ ଲୋକ ଏକାଠି ହୋଇପାରିବେ ବୋଲି ନିୟମ କରାଯାଇଛି । ଜିରୋ ନାଇନ୍ ସେଲିବ୍ରେସନ୍ କରାଯିବ ନାହିଁ । ତେଣୁ ୩୧ ଡିସେମ୍ବରରେ ହୋଟେଲ୍, ବାର୍, ରେଷ୍ଟୁରାଣ୍ଟ ଆଦି ବନ୍ଦ ରହିବ ।