fbpx
BSKY SKY
BSKY SKY

୮ଟି ଜିଲ୍ଲାରେ ଆଜିଠାରୁ ନାଇଟ୍ କର୍ଫ୍ୟୁ, ପ୍ରି-ନର୍ସରୀରୁ ଦ୍ୱାଦଶ ପର୍ଯ୍ୟନ୍ତ ସ୍କୁଲ ବନ୍ଦ

BSKY

ଚଣ୍ଡିଗଡ,୧୩ ।୩: ଦେଶର କେତେକ ରାଜ୍ୟରେ କରୋନା ମାମଲା ବଢିବାରେ ଲାଗିଛି । ମହାରାଷ୍ଟ୍ର ପରେ ପଞ୍ଜାବରେ ମଧ୍ୟ କରୋନା କଟକଣା କଡାକଡି କରାଯାଇଛି । ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ପଞ୍ଜାବର ୮ଟି ଜିଲ୍ଲାରେ ଆଜିଠାରୁ ନାଇଟ୍-କର୍ଫ୍ୟୁ ଲାଗୁ କରାଯାଇଥିବା ବେଳେ ରାଜ୍ୟରେ ପ୍ରି-ନର୍ସରୀଠାର ଦ୍ୱାଦଶ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିଛି । ଖରାପ ପରିସ୍ଥିତିକୁ ଦୃଷ୍ଟିରେ ରଖି ଲୁଧିଆନା ଓ ପଟିଆଲା ପରେ ଏବେ ମୋହାଲି ଓ ଫତେହଗଡ ସାହିବରେ ନାଇଟ୍ କର୍ଫ୍ୟୁ ଲଗାଇବା ପାଇଁ ଘୋଷଣା କରିଛି ପ୍ରଶାସନ ।

ଏହି ନାଇଟ୍ କର୍ଫ୍ୟୁ ରାତି ୧୧ଟାରୁ ଆରମ୍ଭ ହୋଇ ସକାଳ ୫ଟା ପର୍ଯ୍ୟନ୍ତ ରହିବ । ତେବେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪୧୪ ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩୪ ଜଣଙ୍କର ମୃତ୍ୟୁ ହୋଇଛି । ପଞ୍ଜାବରେ ଆକ୍ଟିଭ ପଜିଟିଭଙ୍କ ସଂଖ୍ୟା ୧୦,୪୫୨ ହୋଇଛି ।

ଶିକ୍ଷାମନ୍ତ୍ରୀ ବିଜୟ ଇନ୍ଦର ସିଙ୍ଗଲା କହିଛନ୍ତି ଯେ, ‘କରୋନା ମାମଲା ବଢୁଥିବାରୁ ସ୍କୁଲରେ ହେବାକୁ ଥିବା ବାର୍ଷିକ ପରୀକ୍ଷାକୁ ଦୃଷ୍ଟିରେ ରଖି ପ୍ରି-ପ୍ରାଇମେରୀରୁ ଦ୍ୱାଦଶ ପର୍ଯ୍ୟନ୍ତ ବିଦ୍ୟାଳୟଗୁଡିକ ମାର୍ଚ୍ଚ ୧୩ରୁ ବନ୍ଦ କରାଯାଇଛି । ଏହି ସମୟରେ ଛାତ୍ରଛାତ୍ରୀମାନେ ଘରେ ରହି ପରିୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିପାରିବେ । ପରୀକ୍ଷା ଅଫଲାଇନରେ ହେବ ଓ କରୋନା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବ ।’

Get real time updates directly on you device, subscribe now.