fbpx

ବଢ଼ିଲାଣି ସଂକ୍ରମଣ: ପଞ୍ଜାବରେ ଲାଗିଲା ନାଇଟ୍ କର୍ଫ୍ୟୁ; ୫୦% କ୍ଷମତାରେ ଚାଲିବ ସିନେମା ହଲ୍, ମଲ୍, ରେଷ୍ଟୁରାଣ୍ଟ୍

ହରିୟାଣା: କୋଭିଡ୍ ଭାଇରସ୍ ର ନୂତନ ଭାରିଆଣ୍ଟ୍ ଓମିକ୍ରନ କାରଣରୁ ପୁଣିଥରେ ସଂକ୍ରମଣ ବଢ଼ିବାରେ ଲାଗିଛି । ତେଣୁ ବିଭିନ୍ନ ରାଜ୍ୟର ସରକାର କୋଭିଡ୍ ଗାଇଡଲାଇନ୍ କୁ କଡ଼ାକଡ଼ି କରିଛନ୍ତି । ଏହି ପରିପ୍ରେକ୍ଷୀରେ ପଞ୍ଜାବର ସମସ୍ତ ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି । ରାତି ୧୦ରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟୁ ଘୋଷଣା କରିଛନ୍ତି ସରକାର । ନାଇଟ ୍ କର୍ଫ୍ୟୁ ସହିତ କଟକଣାକୁ କଡ଼ାକଡ଼ି କରିଛନ୍ତି ପଞ୍ଜାବ ସରକାର । ସେହିପରି ୫୦ ପ୍ରତିଶତ କ୍ଷମତାରେ ଚାଲିବ ବାର୍, ସିନେମା ହଲ୍, ମଲ୍, ରେଷ୍ଟୁରାଣ୍ଟ୍, ସ୍ପା ସେଣ୍ଟର୍ ଓ ପାର୍ଲର୍ । ଖାଲି ସେତିକି ନୂହେଁ ରାଜ୍ୟ ରେ ଜିମ୍ ବନ୍ଦ ରଖିବାକୁ ନେଇ ମଧ୍ୟ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହା ବ୍ୟତୀତ ସରକାରୀ, ଘରୋଇ ଅଫିସ୍ ରେ ୨ଟି ଡୋଜ୍ ନେଇଥିବା କର୍ମଚାରୀଙ୍କୁ କାମ କରିବା ପାଇଁ ଅନୁମତି ଦିଆଯାଇଛି ।

Get real time updates directly on you device, subscribe now.