fbpx

ଆଜିଠୁ ରାଜଧାନୀରେ ନାଇଟ୍ କର୍ଫ୍ୟୁ, ଜାଣନ୍ତୁ କ’ଣ ରହିବ କଟକଣା

ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଯୋଗୁ ଚିନ୍ତା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଦେଶର ରାଜଧାନୀ ଦିଲ୍ଲୀରେ ଆଜିଠାରୁ ନାଇଟ୍ କର୍ଫ୍ୟୁ ଲାଗିବାକୁ ଯାଉଛି । ରାତି ୧୧ଟାରୁ ସକାଳ ୫ଟା ଯାଏ ଲାଗୁ ହେବ କଟକଣା । କୋରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ସରକାର ଏପରି ପଦକ୍ଷେପ ନେଇଛନ୍ତି । ଲଗାତାର ଦ୍ୱିତୀୟ ଦିନ ବା ସୋମବାର ଯଦି କରୋନା ସଂକ୍ରମଣ ହାର ୦.୫୦ % ରୁହେ, ତେବେ ମେଟ୍ରୋ ୫୦ ପ୍ରତିଶତ କ୍ଷମତାରେ ଚାଲିବା ସହ ବଜାରରେ ଅଡ୍ ଇଭିନ୍ ଫର୍ମୁଲା ଲାଗୁ ହେବ । ଏହା ସହିତ ଅନ୍ୟାନ୍ୟ ପ୍ରତିବନ୍ଧକ ମଧ୍ୟ ଲାଗୁ ହେବ ।

ତେବେ ଦିଲ୍ଲୀରେ ରବିବାର ଦିନ ୨୯୦ ମାମଲା ସାମ୍ନାକୁ ଆସିଥିବା ବେଳେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଦିଲ୍ଲୀରେ ୭୯ଟି ଓମିକ୍ରନ ମାମଲା ଚିହ୍ନଟ ହୋଇଛି । ଏଥିପାଇଁ ନାଇଟ୍ କର୍ଫ୍ୟୁ ଲାଗୁ କରିବା ସହିତ ଅନ୍ୟାନ୍ୟ କୋଭିଡ ପ୍ରୋଟୋକଲ କଡାକଡି ପାଳକ କରିବାକୁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.