fbpx

ଆଜି ଓଡିଶାର ଅନେକ ଜିଲ୍ଲାରେ ଲାଗିପାରେ ନାଇଟ୍ କର୍ଫ୍ୟୁ! ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର୨୩ ।୩(ଓଡିଶା ଭାସ୍କର): କରୋନା ମହାମରୀ ପୁଣି ସକ୍ରିୟ ହେବାରେ ଲାଗିଛି । ଏହାରି ମଧ୍ୟରେ ମାଲକାନଗିରିରେ ନାଇଟ କର୍ଫ୍ୟୁ ଲାଗାଇଛି ପ୍ରଶାସନ, ଯାହାକି ଆଜିଠାରୁ କାର୍ଯ୍ୟକାରୀ ହେବ । ମାଲକାନଗିରିରେ ନାଇଟ କର୍ଫ୍ୟୁ ଲାଗୁ ହେବା ପରେ ଅଧିକ ଜିଲ୍ଲାରେ ଲାଗୁ ହୋଇପାରେ ରାତ୍ରୀକାଳୀନ କଟକଣା । ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତି କଟକଣା ଲାଗୁ ହୋଇପାରେ । ସଂକ୍ରମଣ ବଢ଼ୁଥିବାରୁ ଏଭଳି ନିଷ୍ପତ୍ତି ଜିଲ୍ଲା ପ୍ରଶାସନ ନେଇପାରନ୍ତି ।

ଅନ୍ୟପଟେ ଆଜି ରାଜ୍ୟର କରୋନା ସ୍ଥିତି ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରୁଛନ୍ତି । ସମସ୍ତ ଜିଲ୍ଲାପାଳ, ଏସପିମାନଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରୁଛନ୍ତି । ଏଥିରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଏସଆରସି, ସ୍ୱାସ୍ଥ୍ୟ ବିଭାଗ ଏସିଏସ ଉପସ୍ଥିତ ରହିଛନ୍ତି ।

ସେହିଭଳି କଟକ ଓ ଭୁବନେଶ୍ୱରରେ ମଧ୍ୟ ସଂକ୍ରମଣ ବଢ଼ିବାରେ ଲାଗିଛି । କଟକ ଓ ଭୁବନେଶ୍ୱରରେ ମଧ୍ୟ କଡା କଟକଣା ଲଗାଇପାରନ୍ତି ବିଏମସି ଓ ସିଏମସି କମିଶନର । ବିବାହ, ଶୁଦ୍ଧି ଓ ମହୋତ୍ସବରେ ଲାଗିପାରେ କଟକଣା । ପୂର୍ବରୁ ବିବାହ ଓ ମହୋତ୍ସବରେ ୫୦୦ ଲୋକଙ୍କୁ ଅନୁମତି ଥିବା ବେଳେ, ଏହି ସଂଖ୍ୟା ଅଧା ହୋଇପାରେ । ସେହିପରି ମଲ୍ ଓ ସିନେମା ହଲ୍ ଉପରେ ପୂର୍ବପରି କଟକଣା ଲଗାଯାଇପାରେ । ଏଭଳି କଠୋର ନିଷ୍ପତ୍ତି ନେଇପାରନ୍ତି ସରକାର ।

Get real time updates directly on you device, subscribe now.