fbpx

ଫେବ୍ରୁଆରୀ ୧୫ ପର୍ଯ୍ୟନ୍ତ ୪ଟି ସହରରେ ବଢ଼ିଲା ନାଇଟ୍ କର୍ଫ୍ୟୁ ଅବଧି, ଜାଣନ୍ତୁ କେଉଁଠି?

ଅହମ୍ମଦାବାଦ,୩୦ ।୧: ଦେଶରେ କରୋନା ସ୍ଥିତି ପୂର୍ବ ଅପେକ୍ଷା କମିଥିଲେ ମଧ୍ୟ କେତେକ ରାଜ୍ୟରେ ସଂକ୍ରମଣ ବଢି ଚାଲିଛି । କୋଭିଡ ଟିକା ଆସିବା ପରେ ବି ସରକାର ଏହି ଦିଗରେ ଅଧିକ ସତର୍କତା ଅବଲମ୍ବନ କରୁଛନ୍ତି । ସେହିପରି ଗୁଜୁରାଟ ସରକାର ରାଜ୍ୟର ୪ ସହରରେ କରୋନା ସଂକ୍ରମଣକୁ ରୋକିବା ପାଇଁ ନାଇଟ୍ କର୍ଫ୍ୟୁ ଲାଗୁ କରିଛନ୍ତି । ଫେବ୍ରୁଆରୀ ୧୫ ପର୍ଯ୍ୟନ୍ତ ୪ ସହର ଯଥା- ଅହମ୍ମଦାବାଦ, ସୁରଟ, ଭଡୋଦରା ଓ ରାଜକୋଟରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ହେବ ।

ଏହି ସମ୍ବନ୍ଧରେ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ରାତ୍ରିକାଳୀନ କର୍ଫ୍ୟୁ ଅବଧି ୧୦ରୁ ୬ ପରିବର୍ତ୍ତେ ରାତି ୧୧ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କରାଯାଇଛି । ନଭେମ୍ବରରେ ଦିପାବଳୀ ପରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ୪ଟି ସହରରେ ନାଇଟ୍ କର୍ଫ୍ୟୁ ଜାରି କରିଥିଲେ ସରକାର । ନାଇଟ୍ କର୍ଫ୍ୟୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା । କିନ୍ତୁ ବର୍ତ୍ତମାନ ସମୟରେ ନାଇଟ୍ କର୍ଫ୍ୟୁରେ କେବଳ ୧ ଘଣ୍ଟା ପରିବର୍ତ୍ତନ କରାଯାଇଛି ।

Get real time updates directly on you device, subscribe now.