Weather Update: ବଢିବ ରାତି ତାପମାତ୍ରା, ଦିନରେ ଗୁଳୁଗୁଳି ସାଙ୍ଗକୁ ରାତିରେ ସିଝିବେ ଲୋକେ

ସୋଆ ଜଳବାୟୁ ଏବଂ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ଼ ଶରତ ଚନ୍ଦ୍ର ସାହୁଙ୍କ ସୂଚନା । ରାତିରେ 2 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ତାପମାତ୍ରା ।

ଭୁବନେଶ୍ବର: ଲୁଚକାଳି ଖେଳୁଛି ତାପାମାତ୍ରା । କେତେବେଳେ ଅସହ୍ୟ ଗରମ ହେଉଛି ତ ଆଉ କେତେବେଳେ ପୁଣି ତାପମାତ୍ରା ଖସି ଥଣ୍ଡା ହେଉଛି । ଏହାରି ଭିତରେ ଆଜି ରାତିରୁ ପୁଣିଥରେ ତାପମାତ୍ରା ବୃଦ୍ଧି ପାଇପାରେ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ।

ବଢିବ ରାତି ତାପମାତ୍ରା-  ଗତ ଦୁଇଦିନ ଧରି କିଛି ସ୍ଥାନରେ ରାତିର ତାପମାତ୍ରା ହ୍ରାସ ପାଉଥିଲା । ରାଉରକେଲା, ଝାରସୁଗୁଡା, ଦାରିଙ୍ଗବାଡି, ଭଦ୍ରକ, କେନ୍ଦୁଝର, ଢେଙ୍କାନାଳ  ଏବଂ ଯାଜପୁରରେ ତାପମାତ୍ରା ହ୍ରାସ ପାଇଥିଲା । ତେବେ ଆଜିଠୁ ପୁଣିଥରେ ତାପମାତ୍ରାରେ ବୃଦ୍ଧି ହୋପାରେ, କିଛି ସ୍ଥାନରେ 2ରୁ 4 ଡିଗ୍ରୀ ବୃଦ୍ଧି ପାଇବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ବର୍ତ୍ତମାନ ପଶ୍ଚିମା ବାୟୁ ପ୍ରବାହ ଉତ୍ତର ପୂର୍ବ ଆଡକୁ ଯାଉଥିବା ବେଳେ ଗୁରୁଚାପ ମଧ୍ୟ କମିଛି । ଉତ୍ତର ପଶ୍ଚିମ ଦିଗରୁ ଓଡିଶାରେ ଥଣ୍ଡା ପବନ ଆସୁଛି । ଏହି କାରଣରୁ କିଛି ସ୍ଥାନରେ ରାତି ତାପମାତ୍ରା ହ୍ରାସ ପାଇଥିବୂା ନେଇ ସୋଆ ଜଳବାୟୁ ଏବଂ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ଼ ଶରତ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।

ଆସନ୍ତାକିଛି ଦିନ ହେବ ଏଭଳି ସ୍ଥିତି ରହିବ କିନ୍ତୁ କିଛି ସ୍ଥାନରେ ତାପମାତ୍ରା 2 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି ପୂର୍ବାନୁମାନ କରାଯାଇଛି ।