fbpx

କାଶୀପୁର ପରେ ନିମାପଡାରେ ବ୍ୟାପିଲା ଝାଡାବାନ୍ତି, ଅଞ୍ଚଳ ପରିଦର୍ଶନରେ ସ୍ୱାସ୍ଥ୍ୟ ଟିମ୍‌

ନିମାପଡ଼ା, (ଭାସ୍କର ନ୍ୟୁଜ) : ନିମାପଡା ଅଞ୍ଚଳରେ ବର୍ଷାପରିମାଣ କମ୍‌ ରହିଥିବା ବେଳେ ପ୍ରବଳ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଜନଜୀବନ ଉପରେ ପ୍ରଭାବ ପକାଉଛି । ହାଜର ହାଜର ବ୍ୟକ୍ତି ଝାଡା ବାନ୍ତି ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଗାଁ ଗାଁରେ ଝହାବାନ୍ତି ରୋଗ ବ୍ୟାପୁଥିବା ବେଳେ ପଞ୍ଚାୟତମାନଙ୍କରେ ନିଯୁକ୍ତ ହୋଇଥିବା ସ୍ୱାସ୍ଥ୍ୟକର୍ମୀଙ୍କ ଦେଖାମିଳୁନାହିଁ । ଅନେକ ରୋଗୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ହେଉଥିବା ବେଳେ ଆଉ କେତେକ ରୋଗୀ ଭୁବନେଶ୍ୱର ଓ କଟକରେ ସରକାରୀ ଓ ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ହେଉଛନ୍ତି । ଯାହାକୁ ନେଇ ଏହି ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ପୂର୍ବରୁ ଏ ସଂପର୍କରେ ଖବର ଓଡିଶା ଭାସ୍କର ପ୍ରସାରଣ କରିଆସୁଥିଲା । ଏହା ଉପରେ ଗୁରତ୍ୱ ଦେଇ ସୋମବାର ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ନିର୍ଦ୍ଦେଶରେ ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହିତ ଏକ ଟିମ୍‌ ନିମାପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିବା ସହ ଝାଡା ବାନ୍ତିର କାରଣ ସଂପର୍କରେ ଅନୁଧ୍ୟାନ କରିଛନ୍ତି । ଲୋକମାନଙ୍କର ମଳ ପରୀକ୍ଷା ପାଇଁ ନେଇଛନ୍ତି ।

ସୂଚନା ଅନୁଯାୟୀ ପୁରୀ ଜିଲ୍ଲା ନିମାପଡା ଚାରିଛକ ଅଞ୍ଚଳରେ ହାଜର ହାଜର ବ୍ୟକ୍ତି ଝାହା ବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଗାଁ ଗଣ୍ଡାରେ ହା ହଲ୍ଲା ସୃଷ୍ଟି ହୋଇଛି । ପୁରୀ ଜିଲ୍ଲା ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ଡଃ ବିରଜା ଦାଶଙ୍କ ନେତ୍‌ୃତ୍ୱରେ ଏକ ଟିମ୍‌ ନିମାପଡା ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି । ନିମାପଡା ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ରୋଗୀ ଆଟେଣ୍ଡାନସ୍‌ ଦେଖିବା ସହ ରୋଗମାନଙ୍କ ପାଖକୁ ଯାଇ ସ୍ୱାସ୍ଥ୍ୟ ସଂପର୍କରେ ପଚାରି ବୁଝିଛନ୍ତି । ଟିମ୍‌ ସହିତ ନିମାପଡା ମୁଖ୍ୟ ଡଃ କ୍ଷମାନିଧି ସେଠୀ, ଡଃ ସୁବ୍ରତ ମହାପାତ୍ର, ଡଃ ପ୍ରବୀଣ କୁମାର ଜେନା, ଫାର୍ମାସିଷ୍ଟ ଆଇ ତ୍ରୀନାଥ ପାତ୍ର ଟିମ୍‌ ସହିତ ରହିଥିଲେ । ନିରାମୟ ଓଷଧ ସଂପର୍କରେ ପଚାରି ବୁଝିବା ସହ ଏହା ଏକ ଗୁରୁତର ସମୟ ବୋଲି ପରିଦର୍ଶନରେ ଆସିଥିବା ଟିମ୍‌ କହିଛନ୍ତି ା ପ୍ରତ୍ୟେକ ରୋଗୀ ଓଆର୍‌ଏସ୍‌, ଫୁଟା ପାଣି ବ୍ୟବହାର କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.