fbpx

ହୋଟେଲରେ ପଶି ବୋମା ବର୍ଷଣ ଓ ବିସ୍ଫୋରଣ କଲେ ଆତଙ୍କବାଦୀ: ୯ ମୃତ, ୪୭ ଆହତ

ନୂଆଦିଲ୍ଲୀ: ସୋମାଲିଆରେ ଏକ ହୋଟେଲରେ ଭୟଙ୍କର ବୋମା ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୭ ଜଣ ଆହତ ହୋଇଛନ୍ତି । ଏହି ଘଟଣାରେ ଅଲ ଶବାବ ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିଛି । ଏକ କାରରେ ଆତଙ୍କବାଦୀମାନେ ବୋମା ରଖିଥିଲେ ।

ସୋମାଲିଆର କିସମାୟୋ ସହରର ଏକ ହୋଟେଲରେ ବୋମା ବିସ୍ଫୋରଣ ଓ ଗୁଳି ବର୍ଷଣ ଦେଖିବାକୁ ମିଳିଥିଲା । ଏହି ଘଟଣାରେ ଆତଙ୍କବାଦୀଙ୍କ ସହ ସୁରକ୍ଷାକର୍ମୀଙ୍କ ଗୁଳି ବିନିମୟ ହୋଇଥିଲା । ଫଳରେ ଏକାଧିକ ଲୋକ ମୃତାହତ ହୋଇଥିଲେ । ତେବେ ସୁରକ୍ଷାକର୍ମୀମାନେ ଘେରାବନ୍ଦୀ କରି ଆକ୍ରମଣକାରୀଙ୍କୁ ନିପାତ କରିଥିଲେ । ଚିକିତ୍ସା ପାଇଁ ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଗତକାଲି ବିଳମ୍ବିତ ରାତିରେ ଆକ୍ରମଣକାରୀମାନେ ହୋଟେଲରେ ବିସ୍ଫୋରଣ କରିବା ସହ ଗୁଳି ବର୍ଷଣ କରିବା ଆରମ୍ଭ କରିଦେଇଥିଲେ । ସେମାନେ ହୋଟେଲ ଓ ଆଖାପାଖର ଲୋକଙ୍କୁ ଟାର୍ଗେଟ କରିଥିଲେ । ଗତ ଅଗଷ୍ଟ ମାସରେ ମଧ୍ୟ ଅଲ ଶବାବ ଆତଙ୍କୀ ସଂଗଠନ ମୋଗାଦିଶୁ ସ୍ଥିତ ଏକ ହୋଟେଲରେ ହମଲା କରିଥିଲା । ସେ ସମୟରେ ୬ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା । ବାରମ୍ବାର ଆକ୍ରମଣ କରୁଥିବାର ଏହି ସଂଗଠନର କାର୍ଯ୍ୟକୁ ନିନ୍ଦା କରାଯାଇଛି ।

Get real time updates directly on you device, subscribe now.