ଆଉ ନିର୍ବାଚନ ଲଢ଼ିବି ନାହିଁ କହିଲେ ନିରଞ୍ଜନ ପଟ୍ଟନାୟକ, କହିଲେ ଯୁବପିଢ଼ିଙ୍କୁ ସୁଯୋଗ ଦେବା ଦରକାର

ଆଉ ନିର୍ବାଚନ ଲଢ଼ିବେନି ନିରଞ୍ଜନ ପଟ୍ଟନାୟକ ।

ଭୁବନେଶ୍ବର: ନିରଞ୍ଜନ ପଟ୍ଟନାୟକଙ୍କ ବିସ୍ଫୋରକ ବୟାନ । ଆଉ ନିର୍ବାଚନ ଲଢ଼ିବି ନାହିଁ କହିଲେ ନିରଞ୍ଜନ ପଟ୍ଟନାୟକ ।

ବୟସାଧିକ କାରଣରୁ ଆଉ ନିର୍ବାଚନ ଲଢ଼ିବି ନାହିଁ । ଯୁବପିଢ଼ିଙ୍କୁ ଆଗକୁ ରାସ୍ତା ଛାଡ଼ିବା ଦରକାର ବୋଲି ନିରଞ୍ଜନ କହିଛନ୍ତି ।

ବିଜେପିରେ ନିର୍ବାଚନ ଲଢ଼ିବା ପାଇଁ ବୟସସୀମା ରହିଛି । କିନ୍ତୁ ଆମ ଦଳରେ ନିର୍ବାଚନ ଲଢିବା ପାଇଁ ବୟସସୀମା ନାହିଁ । ପ୍ରତ୍ୟକ୍ଷ ରାଜନୀତିରୁ ଓହିରିବିନି କି ସେ କଥା ଭାବିନି ।

ସ୍ଥିତିରେ ଯୁବପିଢ଼ିଙ୍କୁ ସୁଯୋଗ ଦେବା କଥା । ନୀତି, ଆଦର୍ଶନରେ ଅନୁପ୍ରାଣିତ ହୋଇ ରାଜନୀତି କରିବା କଥା । ଦେଶକୁ ରକ୍ଷା କରିବାକୁ ହେଲେ ଯୁବପିଢ଼ିଙ୍କୁ ସୁଯୋଗ ଦେବା ଉଚିତ ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।

2ଟି ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିବା ମୋର ଭୁଲ । ପିସିସି ସଭାପତି ଭାବେ ମୋର କିଛି ଦାୟିତ୍ବ ରହିଥିଲା । କେହି ସେହି ଆସନରୁ ଲଢିବା ପାଇଁ ପ୍ରସ୍ତୁତ ନଥିଲେ । ନଲଢିଲେ 5 ପ୍ରତିଶତ ଭୋଟ କମିବ ତେଣୁ ନିର୍ବାଚନ ଲଢିବା ପାଇଁ ବାଧ୍ୟ ହୋଇଥିଲି ।

ଭଣ୍ଡାରୀପୋଖରୀରୁ କିଏ ଲଢ଼ିବ ପ୍ରଶ୍ନରେ ରଖିଲେ ମତ । ମୋତେ ଦଳ ପଚାରିଲେ ମୋର ମତ ରଖିପାରିବି କହିଲେ ନିରଞ୍ଜନ ।