ଷ୍ଟେଜ ଦୁଲୁକାଇଲେ ନିଶା, ରଣକ୍ଷେତ୍ର ପାଲଟିଲା ଯାତ୍ରା ପଡ଼ିଆ

ନିଶା ମହାରଣାଙ୍କ ପାଇଁ ଯାତ୍ରା ପଡିଆରେ ବୋହିଲା ରକ୍ତ। ମାଡପିଟ୍ ସହ ହେଲା ଛୁରା ମାଡ଼। ଅନେକ ଲୋକ ଆହତ ହୋଇଥିବା ବେଳ, ମାମଲା ପହଞ୍ଚିଲା ଥାନାରେ।

କେନ୍ଦ୍ରାପଡ଼ା: ନିଶାଙ୍କ ପାଇଁ ଯାତ୍ରା ପଡ଼ିଆ ପାଲଟିଲା ରଣକ୍ଷେତ୍ର। ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମାରପିଟ୍, ଛୁରା ମାଡ଼। ଆହତ ହେଲେ ଶତାଧିକ ବ୍ୟକ୍ତି। ଥାନାରେ ପହଞ୍ଚିଲା ମାମଲା।

ନିଶାଙ୍କ ଆଇଟମ ଡ୍ୟାନ୍ସକୁ ବିରୋଧ କରିବାରୁ ଆରମ୍ଭ ହେଲା ଗଣ୍ଡଗୋଳ। ଶେଷରେ ନିଶାଙ୍କ ପାଇଁ ବୋହିଲା ରକ୍ତ। ଯାତ୍ରା ଦେଖିବାକୁ ଆସି ଲହୁ ଲୁହାଣ ହେଲେ ଅନେକ ଦର୍ଶକ। ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା କୁଦାନଗରୀରେ।

ଆଇଟମ ଡ୍ୟାନ୍ସକୁ ବିରୋଧ: ଏବେ ପ୍ରାୟ ସ୍ଥାନରେ ଚାଲିଛି ମାଘ ମେଳା। ସେଥିପାଇଁ ଦୋକାନ ବଜାର ସହ ଯାତ୍ରାର ମଜା ନେଉଛନ୍ତି ଲୋକ। ଠିକ୍ ଯେପରି ଏବେ ଖଣ୍ଡଗିରିରେ ଚାଲିଛି ମେଳା। ଯେଉଁଠି ପଡିଛି ୧୦ରୁ ଅଧିକ ନାମିଦାମୀ ଯାତ୍ରାପାର୍ଟି। ହେଲେ ଏଠାରେ ଅଶ୍ଳୀଳତାକୁ ବ୍ୟାନ କରାଯାଇଛି।

ଏକଥା ଆପଣମାନେ ନିଶ୍ଚିତ ଭାବରେ ଜଣିଥିବେ। ଠିକ୍ ସେହିପରି କେନ୍ଦ୍ରାପଡାର ଗରଦପୁର ବ୍ଲକ କୁଦାନଗରୀରେ ଚାଲିଛି ମାଘ ମେଳା। ଯେଉଁଠି  ନିଶା ମହରଣାକୁ ଷ୍ଟେଜ ସୋ ପାଇଁ ଆଣିଥିଲା ଯାତ୍ରା କମିଟି। ହେଲେ ନିଶା ଷ୍ଟେଜରେ ନାଚ କରିବାକୁ ଗଲାବେଳେ ତାଙ୍କୁ  ବିରୋଧ କରିଥିଲେ କିଛି ଲୋକ।

ନିଶାଙ୍କୁ ବିରୋଧ: ନିଶାଙ୍କ ନାଚ ଆରମ୍ଭ ହେବା ମାତ୍ରେ କିଛି ଦର୍ଶ ଛିଡା ହୋଇ ନାଚକୁ ବନ୍ଦ କରିଦେଇଥିଲେ। ହେଲେ ନିଶା ଷ୍ଟେଜରେ ଡ୍ୟାନ୍ସ କରିବେ ବୋଲି ଜିଦି ଧରି ବସିଥିଲେ ଯାତ୍ରା କମିଟି ଓ କିଛି ଦର୍ଶକ।

ଯାହାକୁ ନେଇ ଆରମ୍ଭ ହେଲା ମହାଭାରତ। ଦୁଇ ଗୋଷ୍ଠୀଙ୍କ ଭିତରେ ଯୁକ୍ତିତର୍କ ଏତେ ବଢି ଗଲା ଯେ, ହାତାହାତି ପର୍ଯ୍ୟନ୍ତ କଥା ଗଲା। ଜୋରଦାର ହେଲା ଗଣ୍ଡଗୋଳ। ନିଶା ପେଣ୍ଡାଲରୁ ଚାଲିଯିବା ପରେ ଉଗ୍ର ରୂପ ନେଲା ବଚସା।

ଛୁରା ମାଡ଼: ନିଶାଙ୍କୁ ବିରୋଧ କରିବାକୁ ଯାଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ କଥା ଏତେ ବାଟ ଆଗେଇ ଗଲା ଯେ, ଶେଷରେ ଛୁରା ମାଡ଼ କରିବାକୁ ପଛାଇଲେନି ଲୋକେ। ଏହି ଗଣ୍ଡଗୋଳରେ ଅନେକ ଲୋକ ଠେଲାପେଲାର ଶିକାର ହେଲେ। ୨ ଜଣ ଗୁରୁତର ହୋଇଥିବା ବେଳେ, ଅନେକ ଆହତ ମଧ୍ୟ ହୋଇଛନ୍ତି।

ଯେହେତୁ କିଛି ଲୋକଙ୍କ ମଧ୍ୟରେ ମାରପିଟ୍ ହେଉଥିଲା। ତେଣୁ ଏପରି ପରିସ୍ଥିତି ଦେଖି ଯାତ୍ରା ଦେଖିବାକୁ ଆସିଥିବା ଲୋକ ଛିନଛତର ହୋଇ ପଳାଇଗଲେ। ଆଉ ଶେଷରେ ଯାତ୍ରା ବି ବନ୍ଦ ହୋଇଗଲା। ହେଲେ ଏହି ମାମଲା ଏବେ ଥାନାରେ ଯାଇ ପହଞ୍ଚିଛି।