fbpx

ସୋନିଆଙ୍କୁ ସଂସଦରେ କଟାକ୍ଷ କଲେ ବିଜେପି ସାଂସଦ ନିଶିକାନ୍ତ ଦୁବେ, କହିଲେ-”ସୋନିଆ ପୁଅକୁ ସେଟିଂ ଆଉ ଜ୍ୱାଇଁଙ୍କୁ…”

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଗୌରବ ଗୋଗୋଇ ମଣିପୁର ପ୍ରସଙ୍ଗରେ ମୋଦୀ ସରକାରଙ୍କୁ ଜୋରଦାର ଟାର୍ଗେଟ କରିବା ପରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ମଙ୍ଗଳବାର ଲୋକସଭାରେ ଅବିଶ୍ୱାସ ପ୍ରାସ୍ତାବ ଉପରେ ସରକାର ପକ୍ଷରୁ ବିତର୍କ ଆରମ୍ଭ କରିଥିଲେ । ଏହି ସମୟରେ ସେ କଂଗ୍ରେସ ପୁର୍ବତ୍ତନ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ କଟାକ୍ଷ କରିଥିଲେ । ସେ କହିଥିଲେ କି ସୋନିଆ କେବଳ ଦୁଇଟି କାମ ଜାଣିଛନ୍ତି । ଗୋଟିଏ ହେଉଛି ପୁଅକୁ ସେଟିଂ କରିବା ଏବଂ ଦ୍ୱିତୀୟଟି ହେଉଛି ଜ୍ୱାଇଁଙ୍କୁ ଭେଟି ଦେବା ।

ସେ କଂଗ୍ରେସ ଆଣିଥିବା ଅବିଶ୍ୱାସ ପ୍ରାସ୍ତାବ ଉପରେ ପ୍ରଶ୍ନ ଉଠାଇଥିଲ । ପଚାରିଥିଲେ କି ଏହା କ’ଣ ପାଇଁ ଆଗତ ହୋଇଛି । ଏଠାରେ ସୋନିଆ ଗାନ୍ଧୂ ବସିଛନ୍ତି କେବଳ ପୁଅକୁ ସେଟିଂ କରିବା ପାଇଁ ଏବଂ ଜ୍ୱାଇଁଙ୍କୁ ଭେଟି ଦେବା ପାଇଁ । ଏହା ସହିତ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଉପରେ ପ୍ରଶ୍ନ କରିବାବେଳେ ସେ ଏହା ଗରିବଙ୍କ ପୁଅ ଏବଂ ପ୍ରଧାନମନ୍ତ୍ରୀଙ୍କ ନୀତି ବିରୋଧରେ ବୋଲି କହିଛନ୍ତି । ତେବେ ବିରୋଧୀମାନେ ମନେ ରଖିବା ଉଚିତ୍ କି, ଯେଉଁମାନେ ଦୌପଦୀଙ୍କ ବସ୍ତ୍ର ହରଣ କରିଥିଲେ ସେମନେ ଆଉ ତିଷ୍ଠି ପାରି ନଥିଲେ ଆଉ ଏଠାରେ ମଧ୍ୟ ବିରୋଧୀମାନେ ମୋଦୀଙ୍କ ଆଗରେ ତିଷ୍ଠିବେ ନାହିଁ ।

ଏହାପୂର୍ବରୁ କଂଗ୍ରେସ ପକ୍ଷ ରଖି ଗୌରବ ଗୋଗଇ ବିଜେପି ସରକାରଙ୍କ ଉପରେ କଡ଼ା ସମାଲୋଚନା କରିଥିଲେ । ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ମୌନ ବ୍ରତ ଭାଙ୍ଗିବା ପାଇଁ ବିରୋଧୀଙ୍କ ମିଳୀତ ଗୋଷ୍ଠି ଇଣ୍ଡିଆ ଅବିଶ୍ୱାସ ପ୍ରାସ୍ତାବ ଆଣିଛନ୍ତି । ଆରମ୍ଭରୁ ସେ ଅଭିଯୋଗ କରିଥିଲେ କି ସରକାର ଏକ ଭାରତ କହୁଥିଲେ ମଧ୍ୟ ମଣୀପୁରକୁ ଦୁଇ ଭାଗରେ ବିଭକ୍ତ କରି ଦେଇଛନ୍ତି ।

 

Get real time updates directly on you device, subscribe now.