fbpx

କାର୍-ବାଇକ୍-ଅଟୋ ଚାଳକଙ୍କ ପାଇଁ ନୀତିନ ଗଡ଼କରୀଙ୍କ ବଡ଼ ଘୋଷଣା: ଶୁଣିଲେ ଉଡ଼ିଯିବ ହୋସ୍

ନୂଆଦିଲ୍ଲୀ: ପୁଣିଥରେ ଏକ ବଡ଼ ଘୋଷଣା କରି ଚର୍ଚ୍ଚାକୁ ଆସିଛନ୍ତି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ । ତାଙ୍କ ଘୋଷଣା ଶୁଣି କାର-ବାଇକ୍ ଓ ଅନ୍ୟାନ୍ୟ ଗାଡ଼ିଚାଳକମାନେ ସ୍ତବ୍ଧ ହୋଇଯାଇଛନ୍ତି । ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ଯେ, ଯଦି କୌଣସି ବ୍ୟକ୍ତି ରାସ୍ତାରେ ଭୁଲ୍ ଭାବରେ ପାର୍କିିଂ ହୋଇଥିବା ଗାଡ଼ିର ଫଟୋ ପଠାନ୍ତି, ତେବେ ତାଙ୍କୁ ୫୦୦ ଟଙ୍କାର ପୁରସ୍କାର ପ୍ରଦାନ କରାଯିବ । ସରକାରଙ୍କ ପକ୍ଷରୁ ଏହି ଆଇନ ଖୁବଶୀଘ୍ର ଲାଗୁ ହେବ ।

କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କ କଥା ଶୁଣିବା ପରେ ଗାଡି ମାଲିକମାନେ ଏହି ନିୟମକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରୁଛନ୍ତି । କିଛି ଲୋକ ଏହାକୁ ରୋଜଗାରର ଏକ ଭଲ ଉପାୟ କହୁଛନ୍ତି  । ସେ ଏହା ମଧ୍ୟ କହିଛନ୍ତି ଯେ, ଯିଏ ନିଜ ଗାଡିକୁ ଭୁଲ୍ ଭାବରେ ପାର୍କିଂ କରିବ, ତେବେ ତାଙ୍କୁ ୧୦୦୦ ଟଙ୍କା ଜୋରିମାନା ଦେବାକୁ ପଡିବ । କେନ୍ଦ୍ର ଦ୍ୱାରା ଏଭଳି ଆଇନ ପ୍ରଣୟନ ହେବା ପରେ ରାସ୍ତାରେ ଟ୍ରାଫିକ୍ ଜାମ୍ ଏବଂ ଦୁର୍ଘଟଣା ହ୍ରାସ ପାଇବ ବୋଲି ଆଶା କରାଯାଉଛି ।

ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ଯେ, ଭୁଲ ପାର୍କିଂର ଅଭ୍ୟାସକୁ ରୋକିବା ପାଇଁ ଏଭଳି ଆଇନ ଉପରେ ବିଚାର କରାଯାଉଛି । ଗଡକରୀ କହିଛନ୍ତି, ‘ମୁଁ ଏକ ଆଇନ ଆଣିବାକୁ ଯାଉଛି, ଯେଉଁଥିରେ ରାସ୍ତାରେ ଭୁଲ ଭାବେ ପାର୍କିଂ ହୋଇଥିବା ଗାଡିଠାରୁ ୧୦୦୦ ଟଙ୍କା ଜରିମାନା ଆଦାୟ କରାଯିବ । ଏଥି ସହିତ ଭୁଲ୍ ପାର୍କିଂ ହୋଇଥିବା ଗାଡିର ଚିତ୍ର ପଠାଉଥିବା ବ୍ୟକ୍ତିଙ୍କୁ ୫୦୦ ଟଙ୍କା ପ୍ରଦାନ କରାଯିବ ।’

Get real time updates directly on you device, subscribe now.