fbpx

ଜନସାଧାରଣଙ୍କୁ ସତର୍କ କରାଇଲେ ପ୍ରଧାନମନ୍ତ୍ରୀ ମୋଦୀ, କହିଲେ-‘ନକଲି ଗ୍ୟାରେଣ୍ଟି’ରୁ ସାବଧାନ ରୁହନ୍ତୁ’

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ମଧ୍ୟପ୍ରଦେଶରେ ସେଡୋଲ୍‍ଠାରେ ରାଷ୍ଟ୍ରୀୟ ‘ସିକଲ୍‍ ସେଲ୍‍ ରୋଗ ଉନ୍ମୁଳନ ମିଶନ ଏବଂ ୩.୫ କୋଟି ପିବିସି ଆୟୁସମାନ ବିତରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳମାନଙ୍କୁ ଟାର୍ଗେଟ୍ କରିଥିଲେ । ପ୍ରଧାନମନ୍ତ୍ରୀ ସାଧାରଣ ଜନତାଙ୍କୁ ସମ୍ବୋଧିତ କରି ସେମାନଙ୍କୁ ସତର୍କ ରହିବାକୁ ଏବଂ ପାରିବାରିକ ପାର୍ଟୀମାନଙ୍କର ଗ୍ୟାରେଣ୍ଟିଠଅରୁ ସାବଧାନ ରହିବାକୁ କହିଥିଲେ ।

ସେ କହିଥିଲେ ଆପଣମାନଙ୍କୁ ସେମାନଙ୍କଠାରୁ ସାବଧାନ ରହିବାକୁ ପଡ଼ିବ, ଯେଉଁମାନେ ମିଥ୍ୟା ଗ୍ୟାରେଣ୍ଟି ଦେଉଛନ୍ତି । କଂଗ୍ରେସ ନିର୍ବାଚନୀ ଗ୍ୟାରେଣ୍ଟିରୁ ଗୋଟିଏ ଅନୁମାନ କରାଯାଇପାରେ। ତାହା ହେଉଛି- ଖରାପ ଉଦେଶ୍ୟ ରଖି ଗରୀବଙ୍କୁ ହଇରାଣ କରିବା ।

କେନ୍ଦ୍ରରେ କ୍ଷମତାରେ ଥିବା ସମୟରେ କଂଗ୍ରେସ ସରକାର ଗରୀବ ଏବଂ ପଛୁଆ ବର୍ଗର ଲୋକମାନଙ୍କ ପ୍ରତି ଉଦାସିନ ରହିଥିବା ଅଭିଯୋଗ କରି ପ୍ରଦାନମନ୍ତ୍ରୀ ମୋଦୀ କହିଛନ୍ତି, ପୁର୍ବ ସରକାର ଗତ ୭୦ ବର୍ଷରେ ଅତି କଷ୍ଟରେ କେବଳ ଖାଇବାକୁ ଦେଇ ପାରୁଥିଲା । କିନ୍ତୁ ବର୍ତ୍ତମାନର ସରକାର ଗରୀବ କଲ୍ୟାଣ ଯୋଜନା ମାଧ୍ୟମରେ ୮୦ କୋଟି ପରିବାରକୁ ମାଗଣାରେ ଚାଉଳ ଗ୍ୟାରେଣ୍ଟି ଦେଇ ସ୍ଥିତିରେ ପରିବର୍ତ୍ତନ ଆଣିଛି ।

ବିଜେପି ବିରୋଧୀ ରାଜ୍ୟମାନଙ୍କରେ ମିଳୁଥିବା ମାଗଣା ବିଜୁଳି ଉପରେ ପ୍ରଧାନମନ୍ତ୍ରୀ କହିଥିଲେ କି ଏହି ରାଜ୍ୟମାନଙ୍କରେ ବିୁଜୁଳି ଦର ବଢାଇ ଦିଆଯାଉଛି । ଯେଉଁଠାରେ ଆପ୍ ଶାସିତ ଦିଲ୍ଲୀରେ ଏକ ନିର୍ଦ୍ଦିଷ୍ଟ ସୀମା ପର୍ଯ୍ୟନ୍ତ ମାଗଣା ବିଜୁଳି ମିଳେ, ସେହିଭଳି କର୍ଣ୍ଣାଟକରେ କଂଗ୍ରେସ ସରକାର ଗୃହ ଯ୍ୟୋତି ଯୋଜନାରେ ଗ୍ରାହକମାନଙ୍କୁ ସମାନ ସୁବିଧା ପ୍ରଦାନ କରୁଛନ୍ତି ।

Get real time updates directly on you device, subscribe now.