fbpx
BSKY SKY
BSKY SKY

NLC India Ltdରେ ବାହାରିଲା ଅନେକ ପୋଷ୍ଟ: ଯୋଗ୍ୟ ପ୍ରାର୍ଥୀଙ୍କୁ ମିଳିବ ଉଚ୍ଚ ବେତନ

BJD

ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ନେଭେଲି ଲିଗ୍ନାଇଟ୍ କର୍ପୋରେସନ (ଏନଏଲସି) ପକ୍ଷରୁ ବିଭିନ୍ନ ପଦ ପାଇଁ ବିଜ୍ଞାପନ ବାହାରିଛି । କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (ମେକାନିକାଲ), ଡେପୁଟି ଜେନେରାଲ ମ୍ୟାନେଜର (ଇଲେକ୍ଟ୍ରିକାଲ), କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (ଇଲେକ୍ଟ୍ରିକାଲ), ଡେପୁଟି ଜେନେରାଲ ମ୍ୟାନେଜର (ମେକାନିକାଲ) ଆଦି ପଦ ଖାଲି ରହିଛି ।

ପ୍ରାର୍ଥୀମାନେ ମେକାନିକାଲ / ମେକାନିକାଲ ପ୍ରଡକ୍ସନ / ଇଣ୍ଡଷ୍ଟ୍ରିଆଲ ଆଣ୍ଡ ପ୍ରଡକ୍ସନ ଇଞ୍ଜିନିୟରିଂ / ପ୍ରଡକ୍ସନ ଇଞ୍ଜିନିୟରିଂ ଡିଗ୍ରୀ ପାସ୍ କରିଥିବା ଆବଶ୍ୟକ । ସମସ୍ତ ପଦ ପାଇଁ ଅଲଗା ଅଲଗା ଶିକ୍ଷାଗତ ଯୋଗ୍ୟତା ରହିଥିବା ବେଳେ ମୋଟ ୧୦ ପ୍ରକାର ପଦରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ସହିତ କାର୍ଯ୍ୟ କ୍ଷେତ୍ରରେ ଅଭିଜ୍ଞତା ରହିଥିବା ଜରୁରୀ । ପ୍ରାର୍ଥୀଙ୍କୁ ଉଚ୍ଚ ବେତନ ପ୍ରଦାନ କରାଯିବ । ବର୍ଷକୁ ୧୨.୮୪ ଲକ୍ଷରୁ ଆରମ୍ଭ କରି ୩୧.୫୩ ଲକ୍ଷ ପର୍ଯ୍ୟନ୍ତ ସାଲାରି ପ୍ୟାକେଜ୍ ରହିଛି । ଚୟନ ହେବା ତାରିଖ ଠାରୁ ଏକ ବର୍ଷ ପର୍ଯ୍ୟନ୍ତ ପ୍ରାର୍ଥୀଙ୍କୁ ପ୍ରୋବେସନରେ ରହିବାକୁ ପଡ଼ିବ । ପ୍ରାର୍ଥୀଙ୍କୁ ଏନଏଲସି ଏଇଣ୍ଡିଆ ଲିମିଟେଡର ଯେ କୌଣସି ୟୁନିଟ / ଏରିଆ / ସ୍ଥାନରେ ନିଯୁକ୍ତି ଦିଆଯିବ । ଏସସି / ଏସଟି / ଓବିସି ପ୍ରାର୍ଥୀଙ୍କ କ୍ଷେତ୍ରରେ ବୟସ କୋହଳ କରାଯିବ ।

ଅନଲାଇନ୍ ଆବେଦନ ଲିଙ୍କ: Available on 05.07.2023

ନୋଟିଫିକେସନ ଲିଙ୍କ: https://www.nlcindia.in/new_website/careers/advt_04-2023.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.nlcindia.in/new_website/index.htm

Get real time updates directly on you device, subscribe now.