fbpx

ୟୁକ୍ରେନ ଫେରନ୍ତା ଭାରତୀୟ ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର: NMC ଜାରି କଲା ନୋଟିଫିକେସନ

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧ କାରଣରୁ ଶହ ଶହ ଭାରତୀୟ ଛାତ୍ରଛାତ୍ରୀ ବିଦେଶରେ ଫସି ରହିଥିଲେ । ପରବର୍ତ୍ତୀ ସମୟରେ ଅନେକ ମେଡିକାଲ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡ଼ି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଥିଲେ । ତେବେ ଏହା ମଧ୍ୟରେ ଶତାଧିକ ଛାତ୍ରଛାତ୍ରୀ ସେମାନଙ୍କର କ୍ୟାରିୟରକୁ ନେଇ ଚିନ୍ତାରେ ରହିଥିଲେ । ଏବେ ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଭଲ ଖବର ଆସିଛି ।

ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ନ୍ୟାସନାଲ ମେଡିକାଲ କମିସନ (ଏନଏମସି) ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛି । ଏନଏମସି ପକ୍ଷରୁ ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀଙ୍କୁ ସ୍ପେଶାଲ ଏନଓସି ମିଳିଛି । ଏନଏମସି ମୁତାବକ, ଯେଉଁ ଛାତ୍ରଛାତ୍ରୀମାନେ ୟୁକ୍ରେନରୁ ମେଡିକାଲ ପାଠ ଅଧାରୁ ଛାଡ଼ି ଭାରତ ଫେରିଆସିଥିଲେ, ଏବେ ସେମାନେ ଭାରତରେ ଯେ କୌଣସି ମେଡିକାଲ କଲେଜରେ ନିଜର ପାଠପଢ଼ା ସମ୍ପୂର୍ଣ୍ଣ କରିପାରିବେ ।

ଏନେଇ ଏନଏମସି ପକ୍ଷରୁ ଏକ ନୋଟିଫିକେସନ ଜାରି କରାଯାଇଛି । ୟୁକ୍ରେନ ସରକାରଙ୍କ ସହ ଭାରତ ସରକାର ଏନେଇ ବିଚାର ବିମର୍ଶ କରିଥିଲେ । ତାହାକୁ ଆଧାର କରି ଏନଏମସି ପକ୍ଷରୁ ଏନଓସି ଜାରି କରାଯାଇଛି । ଅର୍ଥାତ ଏନଏମସିର ଏନଓସି ପରେ ଏବେ ୟୁକ୍ରେନର ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ଭାରତୀୟ ମେଡିକାଲ ଛାତ୍ରଛାତ୍ରୀ ରି-ଲୋକେଟ ହୋଇ ନିଜର ପାଠପଢ଼ା ସମାପ୍ତ କରିବେ । ସେମାନେ ଭାରତର ଯେ କୌଣସି କଲେଜରେ ଏବେ ନିଜର ଡାକ୍ତରୀ ପାଠ ସାରି ପାରିବେ ବୋଲି ଏନଏମସି ପକ୍ଷରୁ କୁହାଯାଇଛି । ତେବେ ଏହି ଶିକ୍ଷା ସମାପ୍ତ ପରେ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ମୂଳ ଶିକ୍ଷାନୁଷ୍ଠାନ ଅର୍ଥାତ ୟୁକ୍ରେନ ବିଶ୍ୱବିଦ୍ୟାଳୟ ସାର୍ଟିଫିକେଟ ପ୍ରମାଣ ପତ୍ର ପ୍ରଦାନ କରିବ ବୋଲି କୁହାଯାଉଛି ।

Get real time updates directly on you device, subscribe now.