fbpx

ଜନ୍ମଦିନ ମନାଇଲେନି ଫଡନବିସ ଓ ପାୱାର, ସେବା ଦିବସ ଭାବରେ ବନ୍ୟା ପ୍ରଭାବିତଙ୍କୁ ସେବା ଯୋଗାଇଲେ ନେତା ଓ କର୍ମୀ

Advertisement

ମୁମ୍ବାଇ:ନାଗପୁରରେ ଦଳର କାର୍ଯ୍ୟକର୍ତ୍ତା ମହାରାଷ୍ଟ୍ର ସଂଯୁକ୍ତ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଓ ଅଜିତ ପାୱାରଙ୍କୁ ସେମାନଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇବାକୁ ହୋର୍ଡିଂ ଲଗାଇଥିଲେ । ଆଜି ଅର୍ଥାତ୍ ୨୨ ଜୁଲାଇରେ ଦୁଇ ନେତାଙ୍କ ଜନ୍ମଦିନ ପଡୁଛି । କିନ୍ତୁ ଏହି ଦୁଇ ନେତା ଜନ୍ମଦିନ ମନାଇବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ମହାରାଷ୍ଟ୍ରର ରାୟଗଢ ଜିଲ୍ଲା ଇରଶଲଗଢରେ ଭୂସ୍ଖଳନ କାରଣରୁ  ୨୫ ଲୋକଙ୍କ ଜୀବନ ଯାଇଥିବାରୁ ଦୁଇ ନେତା ନିଜ ଜନ୍ମଦିନ ସମାରୋହ ବନ୍ଦ କରି ଦେଇଛନ୍ତି ।

ଅଜିତ ପାୱାର ନିଜ ଦଳର କାର୍ଯ୍ୟକର୍ତ୍ତାଙ୍କୁ କୌଣସି ବି ପ୍ରକାର ଜନ୍ମଦିନ ସମାରୋହ ଆୟୋଜନ ନ କରିବାକୁ କହିଛନ୍ତି । ଜନ୍ମଦିନରେ କୌଣସି ବି ପ୍ରକାରର ଅନାବଶ୍ୟକ ଖର୍ଚ୍ଚ ନ କରିବାକୁ ସେ ସମସ୍ତଙ୍କୁ ନିବେଦନ କରିଛନ୍ତି । ଏଠାରେ ସୂଚାଇ ଦିଅଯାଇପାରେ ଯେ, ୧୯ ଜୁଲାଇ ରାତି ପ୍ରାୟ ୧୧ଟା ସମୟରେ ଇରଶଲଗଡ ଆଦିବାସୀ ଗ୍ରାମରେ ଭୂସ୍ଖଳନ ହୋଇଥିଲା । ଏହି ଗାଁ ମୁମ୍ବାଇ ସହର ଠାରୁ ପ୍ରାୟ ୮୦ କିଲୋମିଟର ଦୂର । ଏହି ଭୂସ୍ଖଳନରେ ଏ ପର୍ଯ୍ୟନ୍ତ ୨୫ ଜଣ ଲୋକଙ୍କ ଜୀବନ ଯାଇଛି । ଏହି ଘଟଣାରେ ଦୁଃଖ ପ୍ରକାଶ କରି ରାଜ୍ୟର ଦୁଇ ନେତା ନିଜ ଜନ୍ମଦିନ ପାଳିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି ।

ଅପରପକ୍ଷେ ପୀଡିତ ପରିବାରକୁ ୫ ଲକ୍ଷ ଟଙ୍କା ସହାୟତା ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ବ୍ୟତିତ ଦେବେନ୍ଦ୍ର ଫଡନବିସଙ୍କ ଜନ୍ମଦିନକୁ ବିଜେପି ରାଜ୍ୟ ସଂଗଠନ ସେବା ଦିବସ ଭାବରେ ପାଳିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଅବସରରେ ଦଳର ସମସ୍ତ କର୍ମକର୍ତ୍ତା, ଜନ ପ୍ରତିନିଧି ଓ ପଦାଧିକାରୀ ସ୍ୱଇଚ୍ଛାରେ ରାଜ୍ୟରେ ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳରେ ସେବା କାର୍ଯ୍ୟ କରିବେ । ତେବେ ଏହି ଭୂସ୍ଖଳନରେ ଏବେବି ୧୦୦ରୁ ଅଧିକ ଲୋକ ଫସି ରହିଛନ୍ତି ବୋଲି ଆଶଙ୍କା କରାଯାଉଛି ।

Get real time updates directly on you device, subscribe now.