fbpx
BSKY SKY
BSKY SKY

କୁକୁଡ଼ା ନାହିଁ ଖାଲି କଙ୍କଡ଼ା ବିଛା: ଅଣ୍ଡା ଭାଙ୍ଗିବା ପରେ ଦେଖିବାକୁ ମିଳିଲା ଅଜବ ଦୃଶ୍ୟ

BSKY

ନୂଆଦିଲ୍ଲୀ: ଅଣ୍ଡା କଥା କହିଲେ, ତା’ ଭିତରୁ କୁକୁଡ଼ା ଛୁଆ ବାହାରିବା କଥା ସାଧାରଣ ଘଟଣା । କିନ୍ତୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ କିଛି ଅଲଗା ଦୃଶ୍ୟ ଦେଖିବାକୁ ମିଳିଛି । ଅଣ୍ଡା ଭାଙ୍ଗିବା ପରେ ସେଥିରୁ କୁକୁଡ଼ା ବାହାରିନି, କିଛି ଅଜବ ଜୀବ ବାହାରି ସେଠାରେ ଭୟ ଖେଳାଇ ଦେଇଛି । ଅଣ୍ଡା ଭିତରୁ କୁକୁଡ଼ା ବଦଳରେ ପୁଳା ପୁଳା କଙ୍କଡ଼ା ବିଛା ବାହାରିଛନ୍ତି । ଏଭଳି ଦୃଶ୍ୟ ସମସ୍ତଙ୍କୁ ଅଶ୍ଚର୍ଯ୍ୟଚକିତ କରି ଦେଇଛି । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଟେଣ୍ଡରେ ରହିଛି ।

ଭିଡିଓରେ ଦେଖାଯାଇଛି ଯେ, ଜଣେ ବ୍ୟକ୍ତି ହାତରେ ଅଣ୍ଡା ଧରି ତାକୁ ଭାଙ୍ଗି ଦେଇଛନ୍ତି । ଏହାପରେ ଏକ ଅଜବ ଦୃଶ୍ୟ ସେଠାରେ ଦେଖିବାକୁ ମିଳିଛି । ଏହି ଘଟଣାକୁ ନେଇ ସମସ୍ତେ ଚକିତ ହୋଇଯାଇଛନ୍ତି । ଅଣ୍ଡା ଭାଙ୍ଗିବା ପରେ ତା’ ଭିତରୁ କୁକୁଡ଼ା ବାହାରିବା ବଦଳରେ ପୁଞ୍ଜା ପୁଞ୍ଜା କଙ୍କଡ଼ା ବିଛା ବାହାରିଥିବାର ଦେଖାଯାଇଛି । ଏହି ଘଟଣା ଦେଖିବା ପରେ ଏହାକୁ ବିଶ୍ୱାସ କରିବା ଅନେକଙ୍କ ପକ୍ଷେ ସମ୍ଭବ ହୋଇ ପାରିନାହିଁ । ଏହାର ଏକ ଭିଡିଓ ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି । ଅଣ୍ଡା ଭିତରୁ କୁକୁଡ଼ା ବାହାରିବ ବୋଲି ଆଶା ରଖିଥିଲେ ବ୍ୟକ୍ତି । କିନ୍ତୁ ଅଚାନକ ଅଣ୍ଡାରୁ କୁକୁଡ଼ା ବଦଳରେ କଙ୍କଡ଼ା ବିଛା ବାହାରି ଆସିଛନ୍ତି । ଏହାପରେ ଗୋଟିଏ କଙ୍କଡ଼ା ବିଛା ବ୍ୟକ୍ତିଙ୍କ ହାତକୁ ଆଘାତ ଦେଇଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ତଳେ ଥିବା ଏକ ପାତ୍ରରେ ଅଣ୍ଡାରୁ ବାହାରିଥିବା କଙ୍କଡ଼ା ବିଛାଙ୍କ ସଂଖ୍ୟା ଦେକାଯାଇ ପାରୁଛି ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଘଟଣାର ଏକ ଦୃଶ୍ୟ ଖୁବ ଭାଇରାଲ ହେବାରେ ଲାଗିଛି । ଜଣେ ବ୍ୟକ୍ତି ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ଅପଲୋଡ କରିବା ସହ ଏମାନେ ଅଣ୍ଡା ଭିତରକୁ କିପରି ପଶିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ତେବେ ଏହି ଭିଡିଓକୁ ପ୍ରାୟ ୧ ଲକ୍ଷ ଲୋକ ଦେଖି ସାରିଥିବା ବେଳେ ଅନେକ ଲୋକ ଏଥିରେ ଭିନ୍ନ ଭିନ୍ନ କମେଣ୍ଟ କରିଛନ୍ତି । କିଛି ୟୁଜର୍ସ ଏହାକୁ ଆଶ୍ଚର୍ଯ୍ୟ ବୋଲି କହିଥିବା ବେଳେ କିଛି ୟୁଜର୍ସ ଏହାକୁ ଫେକ୍ ବୋଲି ଦର୍ଶାଇଛନ୍ତି ।

Get real time updates directly on you device, subscribe now.