ଭୁବନେଶ୍ୱର: ରାଜ୍ୟର ସରକାରୀ ହସ୍ପିଟାଲରେ ନାହାନ୍ତି ଡାକ୍ତର । ରାଜ୍ୟରେ ମୋଟ ୫ ହଜାର ୧୭୫ ଡାକ୍ତର ପଦବୀ ଖାଲି ପଡ଼ିଥିବା କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ ।
ଡାକ୍ତରଖାନା ବ୍ୟତୀତ ମେଡିକାଲ କଳେଜରେ ବି ନାହାନ୍ତି ଆବାଶ୍ୟକୀୟ ଡାକ୍ତର । ରାଜ୍ୟରେ ଡାକ୍ତର ପଦବୀ ଖାଲି ନେଇ ଆଜି ଗୃହରେ ବିବୃତି ରଖିଛନ୍ତି ମୁକେଶ ମହାଲିଙ୍ଗ ।
ଲଗାତର ୧୦ ଦିନ ଧରି ବିଧାନସଭାରେ ଗୃହ କାର୍ଯ୍ୟ ସୁରୁଖୁରୁରେ ହୋଇପାରୁ ନାହିଁ । ପ୍ରତ୍ୟେକ ଦିନ ୧ରୁ ୨ ଘଣ୍ଟା ପାଇଁ ଗୃହ ମୁଲତବୀ ଘୋଷଣା କରୁଛନ୍ତି ବାଚସ୍ପତି ।
କଂଗ୍ରେସ ଓ ବିରୋଧୀ ବିଜେଡି ଗୃହରେ ହଟଗୋଳ କରିବା ନେଇ ଗୃହ କାର୍ଯ୍ୟ ଠିକ୍ ଭାବେ ଚାଲିପାରୁ ନାହିଁ ।