fbpx

ବନକଲାଗି ନୀତି ବିବାଦର ସମାଧାନ ପାଇଁ ସବ୍‍ କମିଟି ବୈଠକ ଅନୁଷ୍ଠିତ, ପରିଚାଳନା କମିଟି ବୈଠକରେ ହେବ ଚୂଡାନ୍ତ ନିଷ୍ପତ୍ତି

Advertisement

ଓଡ଼ିଶା ଭାସ୍କର: ପୁରୀ ଶ୍ରୀମନ୍ଦିରରେ ବନକଲାଗି ନୀତି ବିବାଦର ସମାଧାନ ଲାଗି ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଆଜି ପରିଚାଳନା କମିଟିର ନୀତି ସବକମିଟି ବୈଠକ ଅନୁଷ୍ଠିତ ହୋଇଛି । ତେବେ ବୈଠକରେ କିଛି ଚୂଡାନ୍ତ ନିଷ୍ପତ୍ତି ହୋଇପାରି ନଥିବାରୁ ଆସନ୍ତା ୧ ତାରିଖରେ ପରିଚାଳନା କମିଟି ବୈଠକରେ ଏନେଇ ନିଷ୍ପତ୍ତି ନିଆଯିବ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବୁଧବାର ବନକଲାଗି ନୀତି ସମ୍ପନ୍ନ କରିବାକୁ କୁହାଯାଉଛି ।

ତେବେ ସ୍ୱତ୍ତ୍ୱଲିପିରେ ଥିବା ବ୍ୟବସ୍ଥା ଅନୁଯାୟୀ ବନକଲାଗି ବୁଧବାର କିମ୍ବା ଗୁରୁବାର କରିବାକୁ ଉଲ୍ଲେଖ୍‍ ଥିବାରୁ ଦତ୍ତମହାପାତ୍ର ସେବକମାନେ ଏହାକୁ ଗୁରୁବାର ସମ୍ପନ୍ନ କରିବାକୁ ଯୁକ୍ତି ବାଢ଼ିଛନ୍ତି । ଏହାକୁ କେନ୍ଦ୍ରକରି ସମ୍ପୃକ୍ତ ସେବକ ନିଯୋଗ ଓ ଶ୍ରୀମନ୍ଦିର ପ୍ରଶାସନିକ କର୍ତ୍ତୃପକ୍ଷଙ୍କ ଭିତରେ ମତଭେଦ ଦେଖାଦେଇଛି । ଯାହାଫଳରେ ନୀଳାଦ୍ରିବିଜେ ପରଦିନ ହେବାକୁ ଥିବା ବନକଲାଗି ନୀତି ଇତି ମଧ୍ୟରେ ୨୮ ଦିନ ବିତି ଯାଇଥିଲେ ମଧ୍ୟ ସମ୍ପନ୍ନ ହୋଇପାରିନାହିଁ । ଗତକାଲି ବନକଲାଗି ନୀତି ହୋଇପାରି ନାହିଁ । ତେବେ ଆଜିର ବୈଠକ ପରେ କେବେ ବନକଲାଗି କରାଯିବ ନେଇ ସ୍ପଷ୍ଟ ହୋଇଯିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.