fbpx

ଘରଭଡ଼ା କିମ୍ବା ଲିଜ୍ ଦେଲେ ଲାଗିବ ୧୮% ଜିଏସ୍‌ଟି, ସ୍ପଷ୍ଟିକରଣ ଦେଲେ କେନ୍ଦ୍ର ସରକାର

Advertisement

ନୂଆଦିଲ୍ଲୀ: ଘରଭଡ଼ା ଉପରେ ୧୮% ଜିଏସ୍‌ଟି ଲାଗିବା ଖବରକୁ ଖଣ୍ଡନ କରିଛନ୍ତି କେନ୍ଦ୍ର ସରକାର। ବିଭ୍ରାନ୍ତିକର ହେଡଲାଇନ ରଖି ଏହି ଏଜେଣ୍ଡାକୁ ଆଗକୁ ବଢାଇବାକୁ ଉଦ୍ୟମ କରାଯାଉଥିବା କହି କେନ୍ଦ୍ର ସରକାରଙ୍କ ସୂଚନା କାର୍ଯ୍ୟାଳୟ(ପିଆଇବି) ଏହାକୁ ଖଣ୍ଡନ କରିଛି। ପିଆଇବି ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ବ୍ୟକ୍ତିଗତ ବ୍ୟବହାର ପାଇଁ ଯଦି ଘର ଭଡା ଦିଆଯାଏ ତେବେ ସେଥିରେ କୌଣସି ଜିଏସ୍‌ଟି ଲାଗିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି।

ସେହିପରି ଯଦି ଫାର୍ମର ମାଲିକ କିମ୍ବା ଅଂଶୀଦାର ବ୍ୟକ୍ତିଗତ ବ୍ୟବହାର ପାଇଁ ବାସଗୃହ ଭଡା ଦିଅନ୍ତି ତେବେ ମଧ୍ୟ ତାଙ୍କୁ କୌଣସି ଜିଏସ୍‌ଟି ଦେବାକୁ ପଡିବ ନାହିଁ। କେନ୍ଦ୍ର ସରକାର ଏଣିକି ଘରଭଡ଼ା ଉପରେ ଜିଏସ୍‌ଟି ଆଦାୟ କରିବେ ବୋଲି କିଛି ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏହି ଖବରକୁ ନେଇ ବିବାଦ ହେବା ଆଶଙ୍କାରେ କେନ୍ଦ୍ର ସରକାର ସ୍ପଷ୍ଟିକରଣ ରଖିଛନ୍ତି।

ତେବେ କୌଣସି ଘର ବ୍ୟବସାୟିକ ସଂସ୍ଥାକୁ ଭଡା ଦିଆଯାଏ ସେତେବେଳେ ଏହା ଉପରେ ୧୮ ପ୍ରତିଶତ ଜିଏସ୍‌ଟି ଲାଗିବ। ଜିଏସ୍‌ଟି କାଉନସିଲର ୪୭ତମ ବୈଠକରେ ଏହି ନିଷ୍ପତି ହୋଇଥିଲା ଯେ, ଯେଉଁମାନେ ବ୍ୟବସାୟ ଉଦେଶ୍ୟରେ କୌଣସି ସଂସ୍ଥାକୁ ଘରଭଡ଼ା କିମ୍ବା ଲିଜ୍ ଦେଉଛନ୍ତି, ସେମାନଙ୍କୁ ୧୮ ପ୍ରତିଶତ ଜିଏସ୍‌ଟି ଦେବାକୁ ପଡିବ। ଏହା ଫଳରେ ବ୍ୟବସାୟ ଦ୍ୱାରା ପ୍ରଦାନ କରାଯାଇଥିବା ଭଡା ଅତିଥି କ୍ୱାର୍ଟର୍ସ କିମ୍ବା କର୍ମଚାରୀଙ୍କ ପାଇଁ ଗୃହ ଭାବରେ ବ୍ୟବହାର କରାଯିବା ପାଇଁ ବର୍ତ୍ତମାନ ୧୮% ଜିଏସ୍‌ଟି ଲାଗୁ ହେବ। ଏହା ନିଯୁକ୍ତିଦାତାଙ୍କ ପାଇଁ କର୍ମଚାରୀଙ୍କ ଖର୍ଚ୍ଚ ବଢାଇବ। ଯେଉଁମାନେ ନିଜ କର୍ମଚାରୀଙ୍କୁ ମାଗଣା ଘର ଯୋଗାଇ ଯୋଗାଉଛନ୍ତି।

Get real time updates directly on you device, subscribe now.