ଆଉ ଚାଲିବନି ବ୍ୟାଟରଙ୍କ ମନମାନୀ; ବୋଲରଙ୍କ ପାଇଁ ଆସିବ ନୂଆ ନିୟମ, ଉଠିଲା ଦାବି
ବୋଲରଙ୍କ ପାଇଁ ନିୟମ ହେବ କୋହଳ: ଆଇସିସିକୁ ସନ୍ ପଲକଙ୍କ ପ୍ରସ୍ତାବ, ବଦଳିବ କି ପ୍ଲାନ
ନୂଆଦିଲ୍ଲୀ: ବୋଲରମାନଙ୍କ ପାଇଁ ଏକ ବଡ଼ ନିୟମ ପରିବର୍ତ୍ତନ କରିବାକୁ ଯାଉଛି ଆଇସିସି । ବୋଲରମାନଙ୍କ ପାଇଁ ଏକ ନିୟମ କୋହଳ କରିପାରେ ଆଇସିସି । ‘ୱାଇଡ ବଲ’ ମାମଲାରେ ବୋଲରଙ୍କୁ ଅଧିକ କୋହଳ କରିବା ପାଇଁ ଦାବି କରିଛନ୍ତି ଷ୍ଟାର କ୍ରିକେଟର ।
ବର୍ତ୍ତମାନର ଆଇସିସି ନିୟମ ବୋଲରମାନଙ୍କ ପାଇଁ ବେଶ୍ କଠିନ ରହିଛି ବୋଲି କହିଛନ୍ତି ଦକ୍ଷିଣ ଆଫ୍ରିକାର ପୂର୍ବ ଅଧିନାୟକ ସନ୍ ପଲକ୍ । ତେଣୁ ୱାଇଡ ବଲ୍ ମାମଲାରେ ବୋଲରଙ୍କ ପାଇଁ କିଛି କୋହଳ ବ୍ୟବସ୍ଥା କରିବାକୁ ସେ ଦାବି କରିଛନ୍ତି ।
ବଦଳିବ ଏହି ନିୟମ: ସନ୍ ପଲକ୍ କହିଛନ୍ତି ଯେ, ମୁଁ ଆଇସିସି କ୍ରିକେଟ ସମିତିର ଜଣେ ସଦସ୍ୟ । ଆଗାମୀ ଦିନରେ ୱାଇଡ ବଲରେ ବୋଲରଙ୍କ ପାଇଁ ନିୟମରେ ଆହୁରି କୋହଳ କରିବାକୁ ବିଚାର କରାଯାଉଛି । ବର୍ତ୍ତମାନ ବୋଲରଙ୍କ ପାଇଁ ଏହି ନିୟମ ବେଶ୍ କଠିନ ରହିଥିବା ସେ ପ୍ରକାଶ କରିଛନ୍ତି ।
ବ୍ୟାଟର ଦେଉଛନ୍ତି ଧୋକା: ସେ କହିଛନ୍ତି ଯେ, ଯଦି ଜଣେ ବ୍ୟାଟର ଶେଷ ମୁହୂର୍ତ୍ତରେ ନିଜ ସ୍ଥାନ ପରିବର୍ତ୍ତନ କରନ୍ତି ତେବେ ଏହା ବୋଲରଙ୍କ ପାଇଁ ଖୁବ ସମସ୍ୟା ହୋଇଥାଏ ।
ବୋଲର ନିଜ ରନ୍ ଅପରେ ଏହା ଜାଣିବା ଉଚିତ୍ ଯେ, କିପରି ଏବଂ କେଉଁଠି ବଲ୍ କରିବାକୁ ହେବ । ଦିନିକିଆ ଏବଂ ଟି-୨୦ରେ ବ୍ୟାଟର ବୋଲରଙ୍କ ଲାଇନ୍-ଲେନ୍ଥ ବିଗାଡ଼ିବା ପାଇଁ କ୍ରିଜରେ ଶେଷ ମୁହୂର୍ତ୍ତରେସ୍ଥାନ ପରିବର୍ତ୍ତନ କରିଥାନ୍ତି । ଫଳରେ ଏହା ୱାଇଡ ହୋଇଯାଏ ।
ବର୍ତ୍ତମାନର ନିୟମ: ସନ୍ ପଲକ୍ କହିଛନ୍ତି ଯେ, ବର୍ତ୍ତମାନର ନିୟମ ଅନୁସାରେ ଜଣେ ବୋଲର ବଲ ଫିଙ୍ଗିବା ପୂର୍ବରୁ ବ୍ୟାଟ୍ସମ୍ୟାନ ନିଜ ସ୍ଥାନ ପରିବର୍ତ୍ତନ କରନ୍ତି, ତେବେ ଏହାକୁ ୱାଇଡ ବୋଲି ଘୋଷଣା କରାଯାଇଥାଏ । ଏହି ନିୟମରେ ମୁଁ ଏକ ପରିବର୍ତ୍ତନ ଚାହୁଁଛି ।
ପଲକ କହିଛନ୍ତି, ଜଣେ ବୋଲରଙ୍କୁ ରନ୍ ଅପ୍ ସମୟରେ ଜାଣିବା ଉଚିତ୍ ଯେ ତାଙ୍କୁ କିପରି ବୋଲିଂ କରିବେ । ଜଣେ ବୋଲରଙ୍କ ପାଖରୁ ଏକଦମ୍ ଶେଷ ମୁହୂର୍ତ୍ତରେ ରଣନୀତି ପରିବର୍ତ୍ତନ ଆଶା କରି ହେବ ନାହିଁ । ତେଣୁ ବୋଲରଙ୍କୁ ପୂର୍ବରୁ ସ୍ପଷ୍ଟ ଭାବରେ ଜାଣିବା ଉଚିତ୍ ଯେ, ତାଙ୍କୁ କେଉଁଠି ବୋଲିଂ କରାଯିବା ଉଚିତ୍ । ଏହା ଉପରେ ବର୍ତ୍ତମାନ ଆଲୋଚନା ହେବାରେ ଲାଗିଛି ।