ମୁମ୍ବାଇ ଲୋକାଲରେ ଏବେ ମାସ୍କକୁ ନେଇ ରହିବନି କଟକଣା: ଦିଲ୍ଲୀ ମେଟ୍ରୋରେ ବି କଟକଣା ହଟିଲା

ନୂଆଦିଲ୍ଲୀ: ଚଳିତ ବର୍ଷ ମହାରାଷ୍ଟ୍ରରେ ରମଜାନ ଖୁବ ଧୁମାଧାମରେ ପାଳନ କରାଯାଇ ପାରିବ । କରୋନା ପାଇଁ ରାଜ୍ୟରେ ଳାଗିତିବା ସମସ୍ତ କଟକଣାକୁ ସରକାର ଏବେ ହଟାଇ ଦେଇଛନ୍ତି । ମହାରାଷ୍ଟ୍ର କ୍ୟାବିନେଟରେ ଏ ନେଇ ନିଷ୍ପତ୍ତି ନିଆଯିବା ପରେ ରାଜ୍ୟର ହାଉସିଙ୍ଗ ମିନିଷ୍ଟର ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । ଏଥିସହିତ ମୁମ୍ବାଇ ଲୋକାଲ ଟ୍ରେନରେ ମାସ୍କ କଟକଣାକୁ ହଟାଇ ଦେଇଛନ୍ତି । ଉଭୟ ମୁମ୍ବାଇ ଏବଂ ଦିଲ୍ଲୀ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି ।

ଏବେ ମୁମ୍ବାଇ ମେଟ୍ରୋ ଟ୍ରେନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ରହିବ ନାହିଁ । ସେହିପରି ଦିଲ୍ଳୀ ମେଟ୍ରୋରେ ମଧ୍ୟ ମାସ୍କ ପାଇଁ ଜରିମାନା ନିୟମ ଉପରେ ରୋକ ଲଗାଇଛନ୍ତି । ଆଜି ଦିଲ୍ଲୀ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି(ଊଊଗଇ)ର ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସାର୍ବଜନିକ ସ୍ଥାନରେ ମାସ୍କ ନ ପିନ୍ଧିଲେ ଲାଗୁ ହେଉଥିବା ୫୦୦ ଟଙ୍କାର ଜରିମାନା ନିୟମକୁ ହଟାଇ ଦେଇଛନ୍ତି ଊଊଗଇ । ତେବେ କରୋନାରୁ ସମ୍ପୂର୍ଣ୍ଣ ମୁକ୍ତି ପାଇବା ପାଇଁ ମାସ୍କ ପିନ୍ଧିବା ସହିତ ଅନ୍ୟାନ୍ୟ କଟକଣାକୁ ମାନିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ଏହା ପୂର୍ବରୁ ଫେବୃୟାରୀ ଶେଷ ସପ୍ତାହରେ ନିଜ ଗାହିରେ ଯିବା ସମୟରେ ମାସ୍କ ପିନ୍ଧିବା ନିୟମରେ କୋହଳ କରାଯାଇଥିଲା ।

ଜନଗହଳି ପୂର୍ଣ୍ଣ ସ୍ଥାନରେ କୌଣସି ପର୍ବପର୍ବାଣୀ ପାଳନ କରିବା ପାଇଁ ଲାଗିଥିବା ପ୍ରତିବନ୍ଧକକୁ ହଟାଇ ଦେଇଥିଲେ ମହାରାଷ୍ଟ୍ର ସରକାର । ତେଣେୁ ଆସନ୍ତା ଦିନରେ ରମଜାନ ଏବଂ ଅନ୍ୟାନ୍ୟ ପର୍ବ କୁବ ଧୁମଧାମରେ ପାଳନ କରାଯାଇ ପାରିବ ବୋଲି ଲୋକମାନେ ଆଶା କରିଛନ୍ତି । ଗତ ୨ ବର୍ଷରୁ କରୋନା ପାଇଁ ଫିକା ପଡୁଥିବା ବିଭିନ୍ନ ପର୍ବପର୍ବାଣୀ ଏବେ ପୁଣି ପାଳନ କରାଯାଇ ପାରିବ ।