fbpx

ଆଉ ସିଲିଣ୍ଡର ବ୍ଲାଷ୍ଟ ହେବାର ଭୟ ରହିବନି, ବଜାରକୁ ଆସିଗଲା ସ୍ମାର୍ଟ ସିଲିଣ୍ଡର

ଓଡ଼ିଶା ଭାସ୍କର:ଆପଣ ଏପରି ବହୁ ମାମଲା ଶୁଣିଥିବେ ବା ଦେଖିଥିବେ ଯେଉଁଠି ଏଲପିଜି ଗ୍ୟାସ୍ ସିଲିଣ୍ଡର କାରଣରୁ ନିଆଁ ଲାଗି ବହୁ ଧନଜୀବନ କ୍ଷୟକ୍ଷତି ଘଟୁଛି । ତେବେ ଆଗକୁ ଆଉ ଏପରି ଘଟିବ ନାହିଁ । କାରଣ ମାର୍କେଟକୁ ଏବେ ଏହି ସମସ୍ୟାର ସମାଧାନ ଆସିଯାଇଛି । ଏବେ ମାର୍କେଟକୁ ଆସିଯାଇଛି କମ୍ପୋଜିଟ୍ ଗ୍ୟାସ୍ ସିଲିଣ୍ଡର ଯାହା ଏକ୍ସପ୍ଲୋଜନ ପ୍ରୁଫ୍ ଅଟେ ।

ଏହି ସିଲିଣ୍ଡରର ୩ ସ୍ତର ରହିଛି । ଏଥିରେ ହାଇ ଡେନସିଟି ପଲିଏଥିଲେନର ଲେୟାର(ଏଚଡିପିଇ), ପଲିମର ର‌୍ୟାପଡ୍ ଫାଇବର ଗ୍ଲାସ୍ ଓ ଏଚଡିପିଇ ଆଉଟର ଜ୍ୟାକେଟ୍ ରହିଛି । ଏହି ସିଲିଣ୍ଡରର ଓଜନ ବି ବହୁତ କମ୍ ହୋଇଥାଏ । ଏଥିରେ ପାରଦର୍ଶୀ ଅଂଶ ରହିଥିବାରୁ ଆପଣଙ୍କୁ ଜଣାପଡିଯିବ କି ସିଲିଣ୍ଡରରେ କେତେ ଗ୍ୟାସ୍ ରହିଛି ।

ଏହି ସିଲିଣ୍ଡରରେ ଜଙ୍କ ଲାଗିବ ନାହିଁ । ତେଣୁ ଅଧିକ ଦିନ ପର୍ଯ୍ୟନ୍ତ ଲାଷ୍ଟିଂ କରିବ । ଏହା ୫ କେଜି କିମ୍ବା ୧୦ କେଜିରେ ଉପଲବ୍ଧ ହେବ । ମାର୍କେଟରେ ଆପଣଙ୍କୁ ଇନଡେନ୍‌ର ଏହି କମ୍ପୋଜିଟ୍ ସିଲିଣ୍ଡର ମିଳିଯିବ । ଏହି ସିଲିଣ୍ଡରରେ ଆପଣଙ୍କୁ କୌଣସି ସବସିଡି ମିଳିବ ନାହିଁ । ୧୦କେଜି ବାଲା ସିଲିଣ୍ଡର ଲାଗି ଆପଣଙ୍କୁ ୩,୦୦୦ଟଙ୍କା ଓ ୫ କେଜି ଲାଗି ୨,୨୦୦ଟଙ୍କା ଡିପୋଜିଟ୍ କରିବାକୁ ହେବ । ଆପଣ ନିଜର ପୁରୁଣା ଇନଡେନ୍ ସିଲିଣ୍ଡର ବଦଳାଇ ସିକ୍ୟୁରିଟି ଡିପୋଜିଟ୍ ଦେଇ ସ୍ମାର୍ଟ ସିଲିଣ୍ଡର ଆଣିପାରିବେ । ଏହି ସିଲିଣ୍ଡର ଏକ୍ସପ୍ଲୋଜନ ଫ୍ରି ବୋଲି କମ୍ପାନୀ ଦାବୀ କରିଛି । ଏଣୁ ଏହା ଫାଟିବାର ଭୟ ବହୁତ କମ୍ ।

Get real time updates directly on you device, subscribe now.