fbpx

ଜାରି ହେଲା ଗାଇଡ଼ଲାଇନ, ନୂଆ ଚାକିରି ଓ ନୂଆ ଗାଡ଼ି ମନା

ଭୁବନେଶ୍ୱର, ୭ା୭(ଓଡ଼ିଶା ଭାସ୍କର): ସବୁ ବିଭାଗକୁ ଚିଠି ଲେଖିଛନ୍ତି ଅର୍ଥ ବିଭାଗ ସଚିବ ଅଶୋକ ମୀନା । ସେ ଚିଠିରେ ସରକାରୀ ଅଧିକାରୀ ଓ ବିଭାଗ ପାଇଁ ଗାଇଡ଼ଲାଇନ ଜାରି କରାଯାଇଛି । ଆସନ୍ତା ୨ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ସରକାରୀ ପଦବୀ ସୃଷ୍ଟି ହେବନାହିଁ । କେବଳ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ଏହି ନିୟମ ଲାଗୁ ହେବ ନାହିଁ । କନସଲଟାଣ୍ଟ କିମ୍ବା ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତି ମିଳିବନାହିଁ । ନୂଆ ଯୋଜନା ଉପରେ ମଧ୍ୟ କଟକଣା ଲଗାଇଛି ଅର୍ଥ ବିଭାଗ । ଆସନ୍ତା ଦୁଇ ବର୍ଷ ଯାଏଁ ନୂଆ ଗାଡ଼ି ମଧ୍ୟ କିଣାଯାଇପାରିବ ନାହିଁ । ସରକାରୀ ଗସ୍ତ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି । ଦେଶ ବାହାରକୁ ଗସ୍ତ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇଛନ୍ତି ସରକାର । ସରକାରୀ ଖର୍ଚ୍ଚରେ ବିଜିନେସ୍ କ୍ଲାସରେ ଗସ୍ତ ମନା ହୋଇଛି । ସରକାରୀ ଅଧିକାରୀ ଫ୍ଲାଷ୍ଟକ୍ଲାସ ଏସିରେ ଗସ୍ତ କରିପାରିବେ ନାହିଁ ।

Get real time updates directly on you device, subscribe now.