fbpx

ପୁରୀ ସ୍ୱର୍ଗଦ୍ୱାରରେ ଲାଗିଲା କଟକଣା, ଜିଲ୍ଲା ବାହାର ଲୋକଙ୍କୁ ଶବଦାହ ପାଇଁ ନାହିଁ ଅନୁମତି

ପୁରୀ, ୭ା୭(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନିୟନ୍ତ୍ରଣାଧୀନ କରିବା ପାଇଁ ପ୍ରତ୍ୟେକ ଜିଲ୍ଲାରେ ଭିନ୍ନ ଭିନ୍ନ ପ୍ରୟାସ ଜାରି ରଖାଯାଇଛି । ଏହାରି ମଧ୍ୟରେ କରୋନା ସଂକ୍ରମଣ ଆଶଙ୍କାରେ ପୁରୀ ସ୍ୱର୍ଗଦ୍ୱାରରେ କଟକଣା ଲାଗୁ କରାଯାଇଛି । କରୋନ ମୁକାବିଲା ପାଇଁ ପୁରୀ ଜିଲ୍ଲା ବ୍ୟତୀତ ଅନ୍ୟ ସବୁ ଜିଲ୍ଲାର ଲୋକଙ୍କୁ ସ୍ୱର୍ଗଦ୍ୱାରରେ ଶବଦାହ କରିବା ପାଇଁ ଅନୁମତି ମିଳିବ ନାହିଁ । ଏଥିସହିତ ସମୁଦ୍ରରେ ଅସ୍ଥି ବିସର୍ଜନ ଉପରେ ମଧ୍ୟ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । କଟକଣା ଜାରି ନେଇ ପୁରୀ ଜିଲ୍ଳାପାଳ ବଲୱନ୍ତ ସିଂହ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.