fbpx
BJD SKY
BJD SKY

‘ଧାରା ୩୭୦ ମୁଁ ଫେରାଇପାରିବିନି, ନା କଂଗ୍ରେସ ନା ପୱାର କିମ୍ବା ମମତା ଫେରାଇପାରିବେନି’: ଗୁଲାମ ନବୀ ଆଜାଦ

BJD

ନୂଆଦିଲ୍ଲୀ: ଗୁଲାମ ନବୀ ଆଜାଦ ଆର୍ଟିକଲ ୩୭୦କୁ ନେଇ ବଡ଼ ବୟାନ ଦେଇଛନ୍ତି । ସେ ଜମ୍ମୁ-କଶ୍ମୀରର ବାରାମୁଳାରେ ଏକ ଜନସଭାକୁ ସମ୍ବୋଧନ କରିବାବେଳେ କହିଛନ୍ତି ଯେ ଆର୍ଟିକଲ ୩୭୦ କୁ ମୁଁ, କଂଗ୍ରେସ, ଶରଦ ପୱାର କିମ୍ବା ମମତା ବାନାର୍ଜୀ କେହି ଫେରାଇପାରିବେ ।

ଆଜାଦ ଏହି ରାଲିରେ କହିଛନ୍ତି ଯେ ଆସନ୍ତା ୧୦ ଦିନରେ ନୂଆ ପାର୍ଟୀର ଘୋଷଣା କରାଯିବ । ସୂଚନାଯୋଗ୍ୟ, କଂଗ୍ରେସ ଛାଡ଼ିବା ପରେ ପରେ ଆଜାଦ କହିଥିଲେ ଯେ ଜମ୍ମୁ-କଶ୍ମୀର ଆସୁଛନ୍ତି । ସେ କେନ୍ଦ୍ର ଶାସିତ ଅଞ୍ଚଳରେ ହେବାକୁ ଥିବା ଆସନ୍ତା ବିଧାନସଭା ନିର୍ବାଚନରେ ଦଳ ସହ ଓହ୍ଲାଇବାକୁ ଘୋଷଣା କରିଥିଲେ ।

ଏହି ୭୩ ବର୍ଷୀୟ ନେତା ୨୬ ଅଗଷ୍ଟରେ କଂଗ୍ରେସ ଛାଡ଼ିବା ପୂର୍ବରୁ ପାର୍ଟୀରେ ପ୍ରାୟ ୫ ଦଶକ ବିତାଇଥିଲେ । ସଂସଦର ଉଭୟ ସଦନରେ ରହିଥିଲେ । ଜମ୍ମୁ-କଶ୍ମୀରର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରୀୟ ମନ୍ତ୍ରୀ ସହ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପଦବୀ ସମ୍ଭାଳିଛନ୍ତି ।

ଆଜାଦ ଶନିବାର କଂଗ୍ରେସର ସେହି ବୟାନ ଉପରେ ପାଲଟା ଆକ୍ରମଣ କରିଥିଲେ । ଯେଉଁଥିରେ ଅଭିଯୋଗ ହୋଇଥିଲା ଯେ ତାଙ୍କ ରିମୋଟ୍ କଣ୍ଟ୍ରୋଲ ପିଏମ ମୋଦୀଙ୍କ ହାତରେ ରହିଛି । ଏହା ସଙ୍କେତ ଦେଇ କହିଥିଲେ ଯେ କଂଗ୍ରେସ ନେତାଙ୍କ ରିମୋଟ୍ କଣ୍ଟ୍ରୋଲ୍, ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ହାତରେ ରହିଥିଲା । ଆଜାଦ ମିଡିଆକୁ କହିଥିଲେ ଯେ ସେ କାହାଦ୍ୱାରା ନିୟନ୍ତ୍ରିତ ନୁହଁନ୍ତି ସେ କହିଛନ୍ତି ଯେ ତାଙ୍କ ଭଳି ନୁହେଁ ଯାହାଙ୍କର ରିମୋଟ୍ କଣ୍ଟ୍ରୋଲ ଅନ୍ୟ କେଉଁଠି ଅଛି । ମୋ ରିମୋଟ୍ କଣ୍ଟ୍ରୋଲ ମୋ ପାଖରେ ଅଛି । ମୁଁ ଆଜାଦ, ସେମାନ ଗୁଲାମ । ମୁଁ ନବୀ (ପ୍ୟାଙ୍ଗବର)ଙ୍କ ଗୁଲାମ । ସେ କାହାର ଗୁଲାମ ନୁହଁନ୍ତି ।

Get real time updates directly on you device, subscribe now.