fbpx

Video: ମେଡିକାଲରୁ ଗାୟବ ହୋଇଯାଉଛି ଗାଡି, ସିସିଟିଭିରେ କଏଦ ହେଲା ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ସ୍କୁଟି ଚୋରି

ଭଦ୍ରକ: ଭଦ୍ରକ ମୁଖ୍ୟଚିକିତ୍ସାଲୟରେ କାର୍ଯ୍ୟରତ କର୍ମଚାରୀଙ୍କ ସ୍କୁଟି ଚୋରି ହେବା ସିସିଟିଭି ରେ କଏଦ ହୋଇଛି। ସୂଚନାମୁତାବକ ଭଦ୍ରକ ମୁଖ୍ୟଚିକିତ୍ସାଲୟର କାର୍ଯ୍ୟରତ ଥିବା କର୍ମଚାରୀ ଯଦୁନାଥ ବେହେରା। ପ୍ରତିଦିନ ଭଳି ନିଜ ସ୍କୁଟି ରେ ଭଦ୍ରକ ଚିକିତ୍ସାଳୟକୁ ଆସନ୍ତି କିନ୍ତୁ ଦୁର୍ଭାଗ୍ୟ ବଶତଃ ଗତକାଲି ଚିକିତ୍ସାଳୟ ପରିସରରେ ରଖିଥିବା ନିଜ ସ୍କୁଟି ଯାହାର ନମ୍ବର (OD22M1098)ଟିକୁ ଡ୍ୟୁଟି ସରିବା ପରେ ଖୋଜିବାରୁ ପାଇନଥିଲେ ଯଦୁନାଥ। ଅନେକ ଖୋଜିବା ପରେ ନପାଇବାରୁ ତେବେ ବ୍ୟତିବ୍ୟସ୍ତ ହୋଇ ଯଦୁନାଥ ସହରାଞ୍ଚଳ ଥାନାରେ ଅଭିଯୋଗ କରିଥିଲେ।

ତେବେ ଚିକିତ୍ସାଳୟରେ ଥିବା ସିସିଟିଭି ଯାଞ୍ଚ ଋ ଜଣାପଡିଛି କିଛି ଯୁବକ ମାନେ ଯଦୁନାଥଙ୍କ ସ୍କୁଟିଟିକୁ ନାନାଦି କୌଶଳ ଅବଲମ୍ବନ କରି ଚୋରି କରିନେଉଛନ୍ତି। ତେବେ ଭଦ୍ରକ ମୁଖ୍ୟଚିକିତ୍ସାଳୟ ଭଳି ସ୍ଥାନରେ କର୍ମଚାରୀଙ୍କ ଗାଡି ଚୋରି ହୋଇଯାଉଥିବାବେଳେ ସାଧାରଣ ଲୋକଙ୍କ ଅବସ୍ଥା କଣ ଯେ ହେବ ତାହା ସହଜେ ଅନୁମେୟ।

Get real time updates directly on you device, subscribe now.