Video: ଓଡ଼ିଶାରେ ମୋଦୀଙ୍କୁ କେହି ଛୁଇଁ ପାରିବେ ନାହିଁ, ଏହି ରିକ୍ସାବାଲା ପାଲଟିବେ ମୋଦୀଙ୍କ ରକ୍ଷା କବଚ…

ଭୁବନେଶ୍ୱର: ଓଡ଼ିଶା ଆସିବା ପୂର୍ବରୁ ମୋଦୀଙ୍କୁ ମିଳିଲା ହତ୍ୟା ଧମକ। ମୋଦୀଙ୍କୁ ଗୁଳି କରି ହତ୍ୟା କରାଯିବ ବୋଲି ଧମକ ଦେଲେ ଖଲିସ୍ତାନୀ ଆତଙ୍କବାଦୀ। ଆଉ ଏମିତି କଥା ଶୁଣି ପାକିସ୍ତାନର ମୁସଲିମ ଏବଂ ପଞ୍ଜାପର ରିକ୍ସାବାଲା ମୋଦୀଙ୍କୁ ରକ୍ଷା କରିବା ପାଇଁ ଛୁଟି ଆସିଲେ। ସଙ୍ଗେ ସଙ୍ଗେ ମୋଦୀଙ୍କର ରକ୍ଷା କବଚ ପାଲଟି ଗଲେ। ଏବେ ଆପଣ ମାନେ ଭାବୁଥିବେ ମୋଦୀଙ୍କୁ ରକ୍ଷା କରିବା ପାଇଁ ପାକିସ୍ତାନର ମୁସଲିମ ଏବଂ ପଞ୍ଜାବର ରିକ୍ସାବାଲା କଣ ପାଇଁ ଆସିଲେ। ଭାରତରେ କଣ କମାଣ୍ଡୋ ମାନେ ନଥିଲେ। ହେଲେ ଆମେ ଆପଣ ମାନଙ୍କୁ କହି ଦେବାକୁ ଚାହିଁବୁକି ଏହି ରିକ୍ସାବାଲାଙ୍କ ପାଇଁ ଭାରତରେ ଅନେକ ବଡ଼ ବଡ଼ ସଫଳ ଅପରେସନ ହୋଇଛି। ଯାହାକୁ ଆତଙ୍କବାଦୀ ମାନେ ଦେଖିଲେ ଡରନ୍ତି।

ଯାହାଙ୍କ ନାଁ ଶୁଣିଲେ ଆତଙ୍କବାଦୀ ମାନେ ଛତ୍ରଭଙ୍ଗ ଦିଅନ୍ତି। ଆମେ କହୁଛୁ ଭାରତର ସ୍ପାଏ ମାଷ୍ଟର ବା ଏବେକାର ନ୍ୟାସନାଲ ସିକ୍ୟୁରିଟି ଆଡଭାଇଜର ଅଜିତ ଡୋଭାଲଙ୍କ କଥା। କେତେବେଳେ ପାକିସ୍ତାନରେ ମୁସଲିମ ତ ପୁଣି କେତେବେଳେ ପଞ୍ଜାବରେ ରିକ୍ସାବାଲା। ଓଡ଼ିଶାରେ ଏବେ ଅଜିତ ଡୋଭାଲ। ୭ ବର୍ଷ କାଳ ପାକିସ୍ତାନରେ ଭାରତର ଗୁଇନ୍ଦା ଏଜେଣ୍ଟ ହୋଇ ରହିବେ। ହିନ୍ଦୁ ହୋଇ ମଧ୍ୟ ୭ ବର୍ଷ ଧର୍ମକୁ ପରିବର୍ତ୍ତନ କରି ମୁସଲମାନ ହୋଇ ରହିଛି। ୭ ବର୍ଷ ଦେଶକୁ ସୁରକ୍ଷା ଦେବା ପାଇଁ ହିନ୍ଦୁରୁ ହୋଇଗଲେ ମୁସଲିମ। ପାକିସ୍ତାନ କରୁଥିବା ସବୁ ଷଡ଼ଯନ୍ତ୍ରକୁ ଭାରତକୁ ଦେଇଥିଲେ। ପାକିସ୍ତାନର ବଡ଼ ବଡ଼ ପ୍ଲାନକୁ ଫେଲ କରିଛନ୍ତି ଅଜିତ ଡୋଭାଲ। ଖାଲି ସେତିକି ନୁହେଁ। ଆତଙ୍କବାଦୀ ଆକ୍ରମଣକୁ ରୋକିବା ପାଇଁ ପଞ୍ଜାବରେ ରିକ୍ସାବାଲା ମଧ୍ୟ ହୋଇଛନ୍ତି ଅଜିତ।

କେତେବେଳେ କଣ ବେଶ ଧାରଣ କରିବେ ତାଙ୍କୁ କେହି ଜାଣି ପାରନ୍ତି ନାହିଁ। ଆତଙ୍କବାଦୀ ମାନଙ୍କୁ ଚକମା ଦିଅନ୍ତି ଅଜିତ। ତାଙ୍କୁ ସେଥିପାଇଁ କୁହାଯାଏ ସ୍ପାଏ ମାଷ୍ଟର। ପୁରା ଭୁବନେଶ୍ୱର ଏବେ ଅଜିତ ଡୋଭାଲଙ୍କ ଛଞ୍ଚାଣ ଆଖିରେ ରହିଛି। ରାଜଧାନୀର ଚାରିଆଡ଼େ ଏବେ ଅଜିତ ଡୋଭାଲଙ୍କ ଆଖି। ପୁରା ସୁରକ୍ଷା ଘେରରେ ଏବେ ଭୁବନେଶ୍ୱର। ମୋଦୀଙ୍କୁ ହତ୍ୟା ଧମକ ପରେ ଓଡ଼ିଶା ଛୁଟି ଆସିଛନ୍ତି ଅଜିତ ଡୋଭାଲ। ଏମିତି ଆଗରୁ କେବେ ହୋଇ ନଥିଲା। ଓଡ଼ିଶାରେ ମୋଦୀ ସବୁବେଳେ ନିଜକୁ ସୁରକ୍ଷିତ ମନେ କରିଥାନ୍ତି। ହେଲେ ହତ୍ୟା ଧମକ ପରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି। ୩ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ଏବେ ମୋଦୀ ରହିବେ। ଯାହାକୁ ନେଇ ଅଜିତ ଡୋଭାଲ ମଧ୍ୟ ଏବେ ଭୁବନେଶ୍ୱରରେ ଡେରା ପକାଇଛନ୍ତି। ଓଡ଼ିଶା ପୋଲିସ ମାନଙ୍କ ସହ ହୋଇଛି ଘନ ଘନ ବୈଠକ। ପୁରା ସୁରକ୍ଷା ବ୍ୟବସ୍ଥାକୁ ନିଜ ହାତକୁ ନେଇଛନ୍ତି।