fbpx

ଅଭୟାରଣ୍ୟ, ଜାତୀୟ ଉଦ୍ୟାନ ଓ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳକୁ ପ୍ଲାଷ୍ଟିକ ମନା; ରୋକ୍‌ ଲଗାଇଲେ ରାଜ୍ୟ ସରକାର

Advertisement

ଭୁବନେଶ୍ୱର : (ଓଡ଼ିଶା ଭାସ୍କର) ଅଭୟାରଣ୍ୟ, ଜାତୀୟ ଉଦ୍ୟାନ ଓ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳକୁ ପ୍ଲାଷ୍ଟିକ ମନା । ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ଉପରେ ରୋକ୍‌ ଲଗାଇଲେ ରାଜ୍ୟ ସରକାର । ଏନେଇ ବନ୍ୟପ୍ରାଣୀ ପିସିସିଏଫ୍‌ଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।

କଟକଣା ଏପ୍ରିଲ ପହିଲାରୁ ଲାଗୁ ହେବାକୁ ନିର୍ଦ୍ଦେଶନାମା ଜାରି ହୋଇଛି । ପର୍ଯ୍ୟଟକମାନଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ ବ୍ୟବସ୍ଥା କରାଯିବାକୁ ନିର୍ଦ୍ଦେଶ ଦିଆ ଯାଇଛି । ଏପରିକି ଯଦି ପ୍ଲାଷ୍ଟିକ ଖୋଳରେ ଖାଦ୍ୟ ନେଉଥିବେ, ତେବେ ଏଣେତେଣେ ପକାଇବାକୁ ମନା ହୋଇଛି । ବ୍ୟବହୃତ ପ୍ଲାଷ୍ଟିକ ଖୋଳକୁ ଉଦ୍ଦିଷ୍ଟ ଡଷ୍ଟବିନ୍‌ରେ ପକାଇବାକୁ ନିର୍ଦ୍ଦେଶ ।

Get real time updates directly on you device, subscribe now.