ମୋ ଗାଡ଼ିରେ ରୋମାନ୍ସ କରନ୍ତୁନି, ଏଇଟା OYO ନୁହେଁ: କିଏ ଓ କାହିଁକି ଲେଖିଲା ଏହି ମେସେଜ

Viral News: ଡ୍ରାଇଭର ନିଜ ଗାଡ଼ିରେ “ରୋମାନ୍ସ” କରୁଥିବା ଲୋକଙ୍କୁ ଚେତାବନୀ ଦେଲେ ଓ ଯାତ୍ରୀମାନଙ୍କୁ ସମ୍ମାନର ସହ ଆଚରଣ କରିବାକୁ କହିଲେ।

ସୋସିଆଲ ମିଡିଆରେ ଜଣେ ଅଟୋ ଡ୍ରାଇଭରଙ୍କ ଚେତାବନୀ ଭାଇରାଲ ହେଉଛି। ଏଥିରେ ଅଟୋ ଡ୍ରାଇଭର ତାଙ୍କ ଗାଡ଼ିରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ କିଛି ନିୟମ ଲେଖିଥିଲେ । ଏହି ଚେତାବନୀ କଠୋର କିନ୍ତୁ ବହୁତ ମଜାଳିଆ ।

ଅଟୋ ମଧ୍ୟରେ ଯାତାୟତ କରିବା ସମୟରେ ରୋମାନ୍ସ ନ କରିବା ପାଇଁ କଡା ଚେତାବନୀ ଦେଇଛନ୍ତି ଏହି ଡ୍ରାଇଭର ଜଣକ। ଇଣ୍ଟରନେଟରେ ଏହାର ଫଟୋ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଆନ୍ୟା ନାମକ ଜଣେ ୨୩ ବର୍ଷର ଯାତ୍ରୀ ଏହି ଫଟୋକୁ ଏକ୍ସରେ ପୋଷ୍ଟ କରିବା ପରେ ଏହା ଭାଇରାଲ ହେବାରେ ଲାଗିଛି। ଡ୍ରାଇଭର ଜଣଙ୍କ ନିଜ ସିଟର ପଛରେ ଫଟୋଟି ଲଗାଇଛନ୍ତି।

ମେସେଜ କଣ ?
ତାଙ୍କ ଅଟୋ ମଧ୍ୟରେ ରୋମାନ୍ସ କରିବା ଉପରେ ସେ ଶକ୍ତ କଟକଣା ଲଗାଇଛନ୍ତି। ଏହା ଏକ କ୍ୟାବ। ଏହା ମଧ୍ୟରେ ରୋମାନ୍ସର ଆବଶ୍ୟକତା ନାହିଁ। ଏହା ଆପଣଙ୍କ ବ୍ୟକ୍ତିଗତ ଜାଗା ଅଥବା ଓୟୋ ନୁହେଁ ତେଣୁ ଦୟା ପୂର୍ବକ ଦୂରତା ବଜାୟ ରଖନ୍ତୁ ବୋଲି ଲେଖା ଯାଇଛି। ସମ୍ମାନ ଦେଲେ ଆପଣଙ୍କୁ ମଧ୍ୟ ସମ୍ମାନ ମିଳିବ, ଧନ୍ୟବାଦ।

ଏହି ଫଟୋଟି ଭାଇରାଲ ହେବା ପରେ ଗତବର୍ଷ ରେଡିଟରେ ଭାଇରାଲ ହୋଇଥିବା ଏକ ପୋଷ୍ଟକୁ ସମସ୍ତେ ମନେ ପକାଇଛନ୍ତି। ଗତବର୍ଷ ଜଣେ ଡ୍ରାଇଭର ନିଜ କ୍ୟାବରେ ବସିଥିବା ଯାତ୍ରୀଙ୍କୁ ସମ୍ମାନ ପ୍ରଦର୍ଶନ କରିବା ପାଇଁ କହିଥିଲେ। ଏହା ସହ ଭାଇ ଡାକିବା ବଦଳରେ ସେ ତାଙ୍କୁ ସମ୍ମାନ କରିବା ଉଚିତ ବୋଲି ମଧ୍ୟ କହିଥିଲେ। ଆପଣଙ୍କ ଆଟିଟ୍ୟୁଡ ନିଜ ମଧ୍ୟରେ ରଖନ୍ତୁ। ଆପଣ ଆମକୁ ଅତିରିକ୍ତ ପଇସା ଦେଉ ନାହାନ୍ତି।

ଅଟୋ ମଧ୍ୟରେ ରୋମାନ୍ସ କରିବା ଉପରେ ଶକ୍ତ କଟକଣା ଲଗାଇଥିବା ଡ୍ରାଇଭରଙ୍କୁ ସୋସିଆଲ ମିଡିଆରେ ଭରପୁର ସମର୍ଥନ ମିଳିଛି। ଏକାଧିକ ବ୍ୟବହାରକାରୀ ତାଙ୍କର ସଚ୍ଚୋଟତା ସହ ମଜାଳିଆ ସ୍ବଭାବକୁ ପସନ୍ଦ କରିଛନ୍ତି। ଆଉ ଜଣେ ବ୍ୟବହାରକାରୀ ଲେଖିଥିଲେ ଏହି ଘଟଣା କେତେ ଥର ହେବା ପରେ ଡ୍ରାଇଭର ଜଣଙ୍କ ଏହି ଚେତାବନୀ ଦେଇଥିବେ।