fbpx

‘କେହି ସୁରକ୍ଷା ଗାର୍ଡ ନାହିଁ, ଟଏଲେଟ୍ ଭିତରେ…’ RG Kar ମେଡିକାଲ ମାମଲାରେ ମହାଖୁଲାସା

ନୂଆଦିଲ୍ଲୀ: କୋଲକାତା ଆର.ଜି କର ମେଡିକାଲ କଲେଜରେ ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ସିବିଆଇ ତଦନ୍ତ ଜାରି ରହିଛି । ସେପଟେ ସାରା ଦେଶରେ ଜାରି ରହିଛି ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ଆନ୍ଦୋଳନ । ଆଜି ସକାଳେ ପଚରା ଉଚରା ପାଇଁ CBI ଅଫିସରେ ପହଞ୍ଚିଛନ୍ତି ପୂର୍ବ ପ୍ରିନ୍ସିପାଲ ସନ୍ଦୀପ ଘୋଷ । କିନ୍ତୁ ଏହାଭିତରେ ରାଷ୍ଟ୍ରୀୟ ମହିଳା ଆୟୋଗ(NCW) ଆରଜି ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ନେଇ ଏକ ବଡ଼ ଖୁଲାସା କରିଛି । ଏହି ମାମଲାକୁ ନେଇ କୋଲକାତା ପୋଲିସ ତଦନ୍ତ କରିବାରେ ଅବହେଳା କରିଥିବା ଅଭିଯୋଗ ଆଣିଛି । ଏହାସହିତ ଘଟଣାସ୍ଥଳରୁ ପ୍ରମାଣ ନଷ୍ଟ କରିବା ପାଇଁ ମଧ୍ୟ ଷଡ଼ଯନ୍ତ୍ର କରାଯାଇଥିବା ଅଭିଯୋଗ ହୋଇଛି ।

NCWର ରିପୋର୍ଟ ଅନୁସାରେ, ଖବର ପାଇ ଗଟଣାସ୍ଥଳରେ ପହଞ୍ଚିବା ମାତ୍ରେ ଏହାକୁ ସିଲ୍ କରିଦେବା ଉଚିତ୍ ଥିଲା । ସାରା ଭାରତକୁ ଥରାଇ ଦେଇଥିବା କୋଲକାତା ମେଡିକାଲର ଏହି ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଏନସିଡବ୍ଲୁ ଦ୍ୱାରା ସ୍ୱତଃ ସଜ୍ଞାନ ନେବା ପରେ ଏହି ନିସ୍କର୍ଷରେ ପହଞ୍ଚିଛି । ଏହି ମାମଲାର ଯାଞ୍ଚ, ସୁରକ୍ଷା ଏବଂ ବୁନିୟାଦି ଢାଞ୍ଚାରେ ଅବହେଳା ହୋଇଥିବା କୁହାଯାଇଛି ।

NCWର ୫ଟି ଦାବି:

  • NCWର ଯାଞ୍ଚରୁ ଜଣାଯାଇଛି ଯେ, ଘଟଣା ସମୟରେ କେହି ସୁରକ୍ଷା ଗାର୍ଡ ଉପସ୍ଥିତ ନଥିଲେ । ଫଳରେ ରାତି ସମୟରେ ଡ୍ୟୁଟିରେ ଥିବା ଅନ୍ କଲ୍ ଇଣ୍ଟର୍ଣ୍ଣ, ଡାକ୍ତର ଏବଂ ନର୍ସମାନଙ୍କୁ ଉଚିତ୍ ସୁରକ୍ଷା ମିଳିପାରି ନାହିଁ ।
  • ପ୍ୟାନେଲ ଏହି ମାମଲା ସହ ସମ୍ବନ୍ଧିତ ସାକ୍ଷୀମାନଙ୍କୁ ମଧ୍ୟ ସମସ୍ୟା କରାଇଥିବା ରିପୋର୍ଟରେ ଦର୍ଶାଯାଇଛି । ଏହି ଅପରାଧ ହୋଇଥିବା ସ୍ଥାନରେ ଅଚାନକ ମରାମତି କାର୍ଯ୍ୟ ଆରମ୍ଭ ହୋଇଥିବା ନେଇ ସଙ୍ଗୀନ ଅଭିଯୋଗ ହୋଇଛି ।
  • ଘଟଣାସ୍ଥଳକୁ ତୁରନ୍ତ ସିଲ୍ କରିବାରେ ଅବହେଳା କରିଥିଲା କୋଲକାତା ପୋଲିସ ।
  • ହସ୍ପିଟାଲରେ ମହିଳା କର୍ମଚାରୀଙ୍କ ପାଇଁ ଯଥେଷ୍ଟ ସୁରକ୍ଷା ବ୍ୟବସ୍ଥାରେ ମଧ୍ୟ ଅଭାବ ଦେଖାଦେଇଛି । ଖରାପ ଟଏଲେଟ୍, ଅପର୍ଯ୍ୟାପ୍ତ ଲାଇଟିଙ୍ଗ ଏବଂ ସୁରକ୍ଷା ଉପାୟରେ ପୂର୍ଣ୍ଣ ଅଭାବ ପରିଲକ୍ଷିତ ହୋଇଛି ।
  • NCW ଯାଞ୍ଚକୁ ନେଇ ଗମ୍ଭୀର ଚିନ୍ତା ପ୍ରକଟ କରିଛନ୍ତି । ଏହି ଘଟଣା ପରେ ଇସ୍ତଫା ଦେଇଥିବା ପୂର୍ବତନ ପ୍ରିନ୍ସିପାଲ ଡା. ସନ୍ଦୀପ ଘୋଷଙ୍କୁ ଆହୁରି ପଚରାଉଚରା କରାଯିବ ବୋଲି ନିଜ ପ୍ରାରମ୍ଭିକ ରିପୋର୍ଟରେ କହିଛି NCW।

Get real time updates directly on you device, subscribe now.