fbpx

ବଡ ଖବର: ବିଜୁଳି ଉପରେ ମିଳିବନି ସବସିଡି, ରାଜଧାନୀ ବାସୀଙ୍କୁ ବଡ ଝଟକା ଦେଲେ ସରକାର

ନୂଆଦିଲ୍ଲୀ: ବିଜୁଳି ଉପରେ ଗ୍ରାହକଙ୍କୁ ମିଳୁଥିବା ସବସିଡି ଉପରେ ବଡ ଘୋଷଣା କରିଛନ୍ତି ସରକାର । ସବସିଡିଯୁକ୍ତ ବିଜୁଳି ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ତେବେ ଏପ୍ରିଲ ୧୪ ତାରିଖ ଆର୍ଥାତ୍ ଆଜିଠାରୁ ଏହି ନିୟମ ଲାଗୁ କରାଯିବା ନେଇ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏଭଳି ଘୋଷଣା ପରେ ଦିଲ୍ଲୀବାସୀଙ୍କୁ ଏକ ବଡ ଝଟକା ଲାଗିଛି । ତେବେ ଆସନ୍ତାକାଲିଠାରୁ ସମସ୍ତ ଉପଭୋକ୍ତାଙ୍କୁ ସ୍ୱାଭାବିକ ବିଜୁଳି ବିଲ୍ ଦେବାକୁ ପଡିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Kejriwal best for Delhi: AAP hits back at L-G over PM degree row - India  Today

କେଜ୍ରିୱାଲ ସରକାରର ଶକ୍ତି ମନ୍ତ୍ରୀ ଆତିଶି ମାର୍ଲେନା ଏ ନେଇ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ଆଜି(ଏପ୍ରିଲ ୧୪) ଠାରୁ ଦିଲ୍ଲୀର ୪୬ ଲକ୍ଷ ଲୋକଙ୍କ ପାଇଁ ବିଜୁଳି ସବସିଡି ସେବା ବନ୍ଦ କରି ଦିଆଯିବ । ତେବେ ଏହି ନିଷ୍ପତ୍ତି ପାଇଁ ସେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭିକେ ସକ୍ସେନାଙ୍କୁ ଦାୟୀ ବୋଲି କହିଛନ୍ତି । ଲଜି ସବସିଡି ଥିବା ଫାଇଲକୁ ନିଜ ପାଖରେ ରୋକିକି ରଖିଛନ୍ତି, ଯେଉଁଥିପାଇଁ ସରକାର ଆଜି ଏମିତି ଏକ ନିଷ୍ପତ୍ତି ନେଇଛନ୍ତି । ତେବେ ଏଲ.ଜି ଶ୍ରୀ ସକ୍ସେନା ଏହି ଫାଇଲ ଫେରାଇବା ପରେ ସବସିଡି ବ୍ୟବସ୍ଥା ପୁଣି ଲାଗୁ କରାଯାଇ ପାରେ ବୋଲି ପ୍ରକାଶ କରିଛନ୍ତି ଆତିଶି ମାର୍ଲେନା ।

ଏହା ପୂର୍ବରୁ ରାଜଧାନୀ ବାସୀଙ୍କୁ ସବସିଡିରେ ବିଜୁଳି ଯୋଗାଇ ଦିଆଯାଉଥିଲା । ତେବେ ସବସିଡି ଅନୁସାରେ, ୦ରୁ ୨୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ସମ୍ପୂର୍ଣ୍ଣ ରୂପେ ମାଗଣାରେ ପାଇ ପାରୁଥିଲେ ଉପଭୋକ୍ତା । ଏହାପରେ ୨୦୦-୪୦୦ ୟୁନିଟ ପର୍ଯ୍ୟନ୍ତ ୫୦% ବିଲ୍ ଛାଡ କରିଥିଲେ ରାଜ୍ୟ ସରକାର । ତେବେ ଏହି ସବସିଡି ଓକିଲ, କୃଷକ ଏବଂ ୮୪ ଦଙ୍ଗା ପୀଡିତ ପରିବାରକୁ ପ୍ରଦାନ କରାଯାଇଥିଲା ।

Get real time updates directly on you device, subscribe now.