fbpx

ଟୋଲ୍ ପ୍ଲାଜା ରହିବନି କି ଫାଷ୍ଟଟ୍ୟାଗ ବି ରହିବନି: ଏହିପରି ହେବ ଟୋଲ୍ ସଂଗ୍ରହ, କେନ୍ଦ୍ରମନ୍ତ୍ରୀ ଦେଲେ ସୂଚନା

ନୂଆଦିଲ୍ଲୀ: କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଟୋଲ୍ କଲେକ୍ସନ ସିଷ୍ଟମକୁ ନେଇ ବଡ ଘୋଷଣା କରିଛନ୍ତି । ଏକ ପୋଷ୍ଟରେ ସେ କହିଛନ୍ତି ଖୁବ୍ ଶୀଘ୍ର ଟୋଲ୍ ସିଷ୍ଟମ ଉଠିଯିବ । ନୂଆ ସାଟେଲାଇଟ୍ ବେସଡ୍ ଟୋଲ୍ ସିଷ୍ଟମ ଏହାର ସ୍ଥାନ ନେବ । ଗାଡି ମାଲିକ ଯେତେ ଦ୍ରୁତ ଗତିରେ ହାଇୱେରେ ଗାଡି ଚଲାଇବେ ସେମାନଙ୍କ ଠାରୁ ସେତେ ଅଧିକ ଟୋଲ୍ ଟ୍ୟାକ୍ସ ସଂଗ୍ରହ କରାଯିବ । ତେବେ ଏଥିରେ ଫାଷ୍ଟଟ୍ୟାଗକୁ ନେଇ କୌଣସି ସୂଚନା ନାହିଁ ।

ନିତିନ ଗଡକରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏ ବିଷୟରେ ସୂଚନା ଦେଇଛନ୍ତି । ନୂଆ ଟୋଲ୍ କଲେକ୍ସନ ସିଷ୍ଟମ ସାଟେଲାଇଟ୍ ବେସଡ୍ ହେବ ଓ ଏହା ଖୁବ୍ ଶୀଘ୍ର ଆରମ୍ଭ ହେବ । ଏହି ନୂଆ ସିଷ୍ଟମ ଜରିଆରେ ୟୁଜର୍ସ ହାଇୱେରେ ଯେତେ କିଲୋମିଟର ଦୂରତା ଅତିକ୍ରମ କରିବେ ତାଙ୍କ ଠାରୁ ସେତିକି ଟୋଲ୍ ଟ୍ୟାକ୍ସ ଆଦାୟ କରାଯିବ । ଏହି ଟୋଲ୍ ଟ୍ୟାକ୍ସ ବ୍ୟାଙ୍କ ଆକାଉଣ୍ଟରୁ ଆପେ ଆପେ କଟିଯିବ । ଏଥିରେ ୟୁଜର୍ସଙ୍କୁ ସେଭିଂର ବି ସୁଯୋଗ ମିଳିବ ।

କେନ୍ଦ୍ର ମନ୍ତ୍ରୀ ଗତ ବର୍ଷ ଡିସେମ୍ବର ଆରମ୍ଭରେ କହିଥିଲେ କି ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ (NHAI)ର ଲକ୍ଷ୍ୟ ରହିଛି ମାର୍ଚ୍ଚ ୨୦୨୪ ସୁଦ୍ଧା ନୂଆ ବ୍ୟବସ୍ଥା ଲାଗୁ କରିବା । ଏହି ବ୍ୟବସ୍ଥା ଜରିଆରେ ଟୋଲ୍ ପ୍ଲାଜାରେ ଲାଗୁଥିବା ସମୟକୁ କମ୍ କରିବା ଲକ୍ଷ୍ୟ ରହିଛି ।

ଏବେ ଟୋଲ୍ ପେମେଣ୍ଟ ଲାଗି ଫାଷ୍ଟଟ୍ୟାଗ ବ୍ୟବସ୍ଥା ରହିଛି । ଏହା ଏକ ବୈଦ୍ୟୁତିକ ଟୋଲ୍ ସଂଗ୍ରହ ବ୍ୟବସ୍ଥା । ଏଥିରେ ରେଡିଓ ଫ୍ରିକ୍ୱେନ୍ସୀ ଆଇଡେଣ୍ଟିଫିକେସନ (RFID) ଟେକ୍ନୋଲଜି ରହିଛି ଯାହା ସାହାଯ୍ୟରେ ଏହା ଟୋଲ୍ ପ୍ଲାଜାରେ ସ୍ୱତଃ ଟୋଲ୍ ପେମେଣ୍ଟ କରିଦେଇଥାଏ । ଏହାକୁ କାର୍ କିମ୍ବା ଅନ୍ୟ ଗାଡିର ୱିଣ୍ଡ ସ୍କ୍ରିନ୍‌ରେ ଲଗାଯାଇଥାଏ । ଏହାଦ୍ୱାରା ଟୋଲ୍ ପ୍ଲାଜାରେ ୱେଟିଂ ଟାଇମ୍ ହ୍ରାସ ପାଇ ପ୍ରାୟ ୪୭ ସେକେଣ୍ଡକୁ ଆସପାରିଛି ଯାହା ପୂର୍ବରୁ ୭୧୪ ସେକେଣ୍ଡ ଥିଲା ।

 

Get real time updates directly on you device, subscribe now.