fbpx

ସଂସଦରେ କେଉଁ ସାଂସଦ ପଚାରିଥିଲେ ସର୍ବାଧିକ ପ୍ରଶ୍ନ, ଜାଣନ୍ତୁ କ’ଣ କହୁଛି ADR ରିପୋର୍ଟ

ନୂଆଦିଲ୍ଲୀ: ୧୭ତମ ଲୋକସଭାର କାର୍ଯ୍ୟକାଳ ସମୟରେ କେଉଁ ସାଂସଦ ଅଧିକ ଉପସ୍ଥାନ ରହିଛି, କିଏ ସର୍ବାଧିକ ପ୍ରଶ୍ନ ପଚାରିଥିଲେ ଏବଂ କେତେ ସମୟ ମଧ୍ୟରେ କେତେଟା ବିଲ୍ ପାସ୍ ହୋଇଥିଲା । ଏନେଇ ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମ୍ସ(ADR) ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ସଦନରେ ମୋଟ୍ ୫୦୫ ଜଣ ସାଂସଦ ୯୨, ୨୭୧ ପ୍ରଶ୍ନ ପଚାରିଥିଲେ । ADR ତଥ୍ୟ ଅନୁଯାୟୀ ସର୍ବାଧିକ ପ୍ରଶ୍ନ ପଚାରିଥିବା ଶ୍ରେଷ୍ଠ ୧୦ ଜଣଙ୍କ ତାଲିକା ପ୍ରକାଶ ପାଇଛି ।

ADR ରିପୋର୍ଟରୁ ପ୍ରକାଶ ଯେ ସର୍ବାଧିକ ପ୍ରଶ୍ନ ପଚାରିଥିବା ସାଂସଦଙ୍କ ମଧ୍ୟରେ ଶୀର୍ଷରେ ଅଛନ୍ତି ବଲୁରଘାଟର ବିଜେପି ସାଂସଦ ତଥା ପଶ୍ଚିମବଙ୍ଗର ବିଜେପି ଅଧ୍ୟକ୍ଷ ଡା. ସୁକାନ୍ତ ମଜୁମଦାର । ସେ ୧୭ତମ ଲୋକସଭା ସମୟରେ ମୋଟ୍ ୫୯୬ ପ୍ରଶ୍ନ ପଚାରିଥିଲେ । ସେହିପରି ସଂସଦରେ ସବୁଠାରୁ ଅଧିକ ଉପସ୍ଥାନ ବିଜେପି ସାଂସଦ ତିରଥ ସିଂହ ରାୱତଙ୍କର ରହିଛି । ଅପରପକ୍ଷରେ ହାହଜିରି ହରିଦ୍ୱାରର ସାଂସଦ ଡା. ରମେଶ ପୋଖରିଆଲ ନିଶଙ୍କଙ୍କ ସଂସଦରେ ସବୁଠାରୁ କମ୍ ଉପସ୍ଥାନ ରହିଛି । ରାଜ୍ୟ ଆଧାରିତ ତଥ୍ୟ ବିଷୟରେ ଆଲୋଚନା କରିଲେ ସଂସଦରେ ସବୁଠାରୁ ଅଧିକ ଉପସ୍ଥାପନ ଥିବା ରାଜ୍ୟ ମଧ୍ୟରେ ଛତିଶଗଡ଼ ଏବଂ ଗୁଜରାଟ ଶୀର୍ଷରେ ଅଛନ୍ତି । ଏହି ରାଜ୍ୟଗୁଡ଼ିକରେ ସାଂସଦଙ୍କ ହାରାହାରି ଉପସ୍ଥାନ ୨୧୬ ଦିନର ରେକର୍ଡ଼ କରାଯାଇଛି ।

ସେହିପରି ଉତ୍ତରାଖଣ୍ଡର ୫ ଜଣ ସାଂସଦଙ୍କ ହାରାହାରି ଉପସ୍ଥାନ ୧୮୮ ଦିନର ରେକର୍ଡ଼ କରାଯାଇଛି । ପ୍ରଶ୍ନ ପଚାରିବା ମାମଲାରେ ଆଲୋଚନା କରିଲେ ମହାରାଷ୍ଟ୍ରା ସାଂସଦମାନେ ଗତ ୫ ବର୍ଷରେ ୩୧୫ଟି ପ୍ରଶ୍ନ ପଚାରିଛନ୍ତି । ଏହା ସହ ତାଲିକାରେ ଶୀର୍ଷରେ ରହିଛି । ସର୍ବାଧିକ ପ୍ରଶ୍ନ ପଚାରିଥିବା ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ମଧ୍ୟପ୍ରଦେଶ ମଦସୋର ଲୋକସଭାର ସାଂସଦ ସୁଧିର ଗୁପ୍ତା । ସେ ଲୋକସଭାରେ ମୋଟ୍ ୫୮୬ ପ୍ରଶ୍ନ ପଚାରିଥିଲେ । ସେହିପରି ତୃତୀୟ ସ୍ଥାନରେ ଅଛନ୍ତି ଜାମସେଦପୁର ଲୋକସଭା ଆସନର ସାଂସଦ ବିଦୁ୍ୟତ ବେରନ ମହତୋ । ସେ ସଂସଦରେ ମୋଟ ୫୮୦ ପ୍ରଶ୍ନ ପଚାରିଥିଲେ ।

Get real time updates directly on you device, subscribe now.