ଖାରଜ ହେଲା ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ: ସଂସଦ ଭଙ୍ଗ କରିବାକୁ ପ୍ରସ୍ତାବ ଦେଲେ ଇମ୍ରାନ ଖାନ

ନୂଆଦିଲ୍ଲୀ: ପାକିସ୍ତାନରେ ଦେଖା ଦେଇଥିବା ରାଜନୈତିକ ସଙ୍କଟ କିଛି ଦିନ ପାଇଁ ଟଳି ଯାଇଛି । ପୁନର୍ବାର ପ୍ରଧାନମନ୍ତ୍ରୀ ପଦ ବଜାୟ ରଖିବେ ଇମ୍ରାନ ଖାନ୍ । ଅନାସ୍ଥା ପ୍ରସ୍ତାବ ବିରୋଧରେ ଭୋଟ ଗ୍ରହଣ ପାଇଁ ଆଜିର ଦିନକୁ ସ୍ଥିର କରାଯାଇଥିଲା । ଏପରିକି ଇମ୍ରାନଙ୍କ ବିରୋଧରେ ୧୭୨ଟି ଭୋଟ ପଡିବା ନେଇ ମଧ୍ୟ ଆଶଙ୍କା ଉପୁଜିଥିଲା । ତେବେ ଭୋଟ ଗ୍ରହଣ ପୂର୍ବରୁ ଅନାସ୍ଥା ପ୍ରସ୍ତାବକୁ ବେଆଇନ ବୋଲି କହିବା ସହିତ ଏହାକୁ ଖାରଜ କରି ଦେଇଥିଲେ ଉପ ବାଚସ୍ପତି । ଏହି ଅନାସ୍ଥା ପ୍ରସ୍ତାବକୁ ଖାରଜ କରି ଦିଆଯାଇଥିବା ବେଳେ ଆସନ୍ତା ୨୫ ତାରିଖ ଯାଏଁ ଗୃହକୁ ମୁଲତବୀ ରଖାଯାଇଛି ।

ଏହି ସମସ୍ତ ଘଟଣା ପଛରେ ବିଦେଶୀ ଶକ୍ତିଙ୍କ ହାତ ରହିଥିବା ବେଳେ ସଂସଦ ଭଙ୍ଗ କରିବାକୁ ପ୍ରସ୍ତାବ ଦେଇଛନ୍ତି ଇମ୍ରାନ ଖାନ୍ । ରାଷ୍ଟ୍ରପତିଙ୍କୁ ଇମ୍ରାନ ଖାନ୍ ଏହି ଅନୁରୋଧ କରିବା ସହିତ ଏହା ପଛରେ ବିଦେଶୀ ଶକ୍ତି କାମ କରୁଛନ୍ତି ବୋଲି କହିଛନ୍ତି ।