fbpx
BJD SKY
BJD SKY

ଦକ୍ଷିଣ-ଆଫ୍ରିକାରେ ଚିହ୍ନଟ ହେଲା କରୋନାର ନୂଆ ଭାରିଆଣ୍ଟ ‘ସି.୧.୨’: କାମ କରୁନି କୌଣସି ଟିକା, ଚିନ୍ତାରେ ବିଶେଷଜ୍ଞ

BJD

ନୂଆଦିଲ୍ଲୀ: କରୋନା ମହାମାରୀର ମୁକାବିଲା କରିବାକୁ ସମଗ୍ର ବିଶ୍ୱରେ ଟିକାକରଣ ଚାଲିଥିବାବେଳେ ଦକ୍ଷିଣ-ଆଫ୍ରିକାରେ କରୋନାର ଏପରି ଏକ ଭାରିଆଣ୍ଟ ଚିହ୍ନଟ ହୋଇଛି ଯାହାକି ପୂର୍ବରୁ ଚିହ୍ନଟ ହୋଇଥିବା ସବୁ ଭାରିଆଣ୍ଟଠାରୁ ଅଧିକ ସଂକ୍ରାମକ । ଏପରିକି ଏହା ଉପରେ ଟିକାର କୌଣସି ପ୍ରଭାବ ପଡ଼ୁନଥିବା ଜଣାଯାଇଛି । ଏହି ଭାରିଆଣ୍ଟକୁ ସି.୧.୨ ବୋଲି ନାମିତ କରାଯାଇଛି ।

ଦକ୍ଷିଣ ଆଫ୍ରିକାର ଜାତୀୟ ସଂକ୍ରାମକ ରୋଗ ପ୍ରତିଷ୍ଠାନ ଓ କ୍ୱାଜୁଲୁ-ନାଟାଲ ରିସର୍ଚ୍ଚ ଇନୋଭେସନ ଏଣ୍ଡ ସିକ୍ୱେସିଙ୍ଗ୍‌ ପ୍ଲାଟଫର୍ମ (କ୍ରିସପ)ର ଗବେଷକମାନେ କହିଛନ୍ତି ଯେ ଗତ ମେ ମାସରେ ଦକ୍ଷିଣ ଆଫ୍ରିକାରେ ପ୍ରଥମ ଥର ପାଇଁ ସି.୧.୨କୁ ଚିହ୍ନଟ କରାଯାଇଥିଲା । ଇତି ମଧ୍ୟରେ ସି.୧.୨ ବିଶ୍ୱର ଆଉ କେତେକ ଦେଶ ଯଥା ଚୀନ, କଙ୍ଗୋ, ବ୍ରିଟେନ, ମରିସସ, ନ୍ୟୁଜିଲାଣ୍ଡ ଓ ସ୍ୱିଜରଲାଣ୍ଡରେ ପହଞ୍ଚିସାରିଲାଣି । ଏହି ଭାରିଆଣ୍ଟ କରୋନା ଭୁତାଣୁର ଅନ୍ୟ ଭାରିଆଣ୍ଟଗୁଡ଼ିକଠାରୁ ଅଧିକ ଦ୍ରୁତ ଗତିରେ ସଂକ୍ରମିତ ହେଉଥିବାବେଳେ ଟିକା ଦ୍ୱାରା ସୃଷ୍ଟ ପ୍ରତିରୋଧକ ଶକ୍ତିକୁ ମଧ୍ୟ ଏହା ମାତ ଦେଇପାରୁଛି । ଏହି ଭାରିଆଣ୍ଟର ବାର୍ଷିକ ମ୍ୟୁଟେସନ ହାର ୪୧.୮ ପ୍ରତିଶତ ରହିଛି, ଯାହାକି ଅନ୍ୟ ଭାରିଆଣ୍ଟଗୁଡ଼ିକର ହାରାହାରି ମ୍ୟୁଟେସନ ହାରର ଦୁଇଗୁଣ । ଏହି କାରଣରୁ ଏହି ଭାରିଆଣ୍ଟ ଉପରେ ଟିକାର ପ୍ରଭାବ କମ ରହୁଥିବା କୁହାଯାଉଛି ।

Get real time updates directly on you device, subscribe now.