fbpx

ଆଫଗାନିସ୍ତାନରେ ୨୦ ବର୍ଷର ଯୁଦ୍ଧ ଶେଷ, କାବୁଲ ଛାଡିଲେ ଆମେରିକା ସେନା

କାବୁଲ: ତାଲିବାନ୍ କବଜାରେ ଥିବା ଆଫଗାନିସ୍ତାନରୁ ୨୦ ବର୍ଷ ପରେ ସମ୍ପୂର୍ଣ୍ଣ ଓହରି ଆସିଛନ୍ତି ଆମେରିକା ସେନା । ପୂର୍ବ ନିଷ୍ପତ୍ତି ଅନୁସାରେ ଆଫଗାନିସ୍ତାନ ଛାଡିଛନ୍ତି ସବୁ ଆମେରିକୀୟ ସେନା । ଆଉ ଆମେରିକୀୟଙ୍କ ଜୀବନହାନି ହେବାକୁ ଦିଆଯିବନି ବୋଲି କହିଛନ୍ତି ରାଷ୍ଟ୍ରପତି ବାଇଡେନ୍ ।

ତେବେ ସମୟସୀମା ପୂର୍ବରୁ ଆଫଗାନିସ୍ତାନରୁ ଆମେରିକା ସେନା ସି-୧୭ ବିମାନ ଯୋଗେ ନିଜ ଦେଶକୁ ଫେରିଛନ୍ତି । ଏହା ସହ ବାଇଡେନ୍ କହିଛନ୍ତି ଯେ, ‘ଆଫଗାନିସ୍ତାନରେ ଆମେରିକାର ୨୦ ବର୍ଷର ସେନା ଉପସ୍ଥିତି ଶେଷ ହୋଇଛି । କାହିଁକି ଆଫଗାନିସ୍ତାନ ଛାଡିଲୁ, ତାହା ଦେଶବାସୀଙ୍କୁ ଅବଗତ କରିବୁ ।’ ଆମେରିକାର ସମସ୍ତ ସେନା ପ୍ରତ୍ୟାହାର ପରେ ସେ ଏହା ଘୋଷଣା କରିଛନ୍ତି ।

Get real time updates directly on you device, subscribe now.