fbpx

ପଛରେ ପଡିଗଲା ପୋଲିସ, ଡ଼ରରେ ଆସି ବ୍ୟକ୍ତି ନିଜ ପ୍ରାଇଭେଟ୍ ପାର୍ଟକୁ କାଟି କାରରୁ ଫିଙ୍ଗିଦେଲା

ଆମେରିକାର ଟେନେସିରେ ଏପରି ଏକ ଘଟଣା ଘଟିଛି, ଯାହା ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଜଣେ ବ୍ୟକ୍ତି ଗାଡ଼ି ନେଇ ପଳାଉଥିବା ବେଳେ ପୋଲିସ ତାକୁ ଧରିବା ପାଇଁ ପଛରେ ଗୋଡ଼ାଇ ଥିଲା। ଏଥିରେ ବ୍ୟକ୍ତି ଜଣକ ଡରିଯାଇ  ନିଜ ପ୍ରାଇଭେଟ ପାର୍ଟକୁ କାଟି କାର ଭିତରୁ ବାହାରକୁ ଫିଙ୍ଗିଦେଇଥିଲା, ଯାହାକୁ ଦେଖି ପୋଲିସ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲା ।

ରିପୋର୍ଟ ମୁତାବକ, ବ୍ୟକ୍ତିଜଣକ ଅତି ବିପଦପୂର୍ଣ୍ଣ ଭାବେ ଗାଡ଼ି ପାର୍କ କରୁଥିବାର ଦେଖିବାକୁ ମିଳିଥିଲା । ଫଳରେ ପୋଲିସ ବ୍ୟକ୍ତିକୁ ଧରିବା ପାଇଁ ଗାଡ଼ି ପଛରେ ଯାଇଥିଲା । ଏହି ସମୟରେ ଅଭିଯୁକ୍ତ ବ୍ୟକ୍ତି ନିଜ ଲିଙ୍ଗ କାଟି କାରର ବାହାରକୁ ଫିଙ୍ଗିଦେଇଥିଲା ।

୩୯ ବର୍ଷୀୟ ଅଭିଯୁକ୍ତ ଟାଇସନ୍ ଗିଲବର୍ଟ କହିଛନ୍ତି ଯେ, ସେ ନିଜ କାରର ରେଡିଓରେ ବିଶ୍ୱକୁ ବଞ୍ଚାଇବା ପାଇଁ କିଛି କ୍ରୂର କାର୍ଯ୍ୟ କରିବାକୁ ଆଦେଶ ଦେଉଥିବା ସ୍ୱର ଶୁଣିଥିଲେ । ଯାହାଫଳରେ ସେ ନିଜ ପ୍ରାଇଭେଟ ପାର୍ଟକୁ କାଟିବାକୁ ନିଷ୍ପତ୍ତି ନେଇଥିଲେ ।

ପୋଲିସ ଅଧିକାରୀଙ୍କ କହିବା ମୁତାବକ, ସେମାନେ ଟାଇସନଙ୍କୁ ବିପଦପୂର୍ଣ୍ଣ ଭାବେ ପାର୍କିଂ କରୁଥିବାର ଦେଖିଥିଲେ । ଫଳରେ ତାଙ୍କୁ ଧରିବା ପାଇଁ ପଛରେ ପେଟ୍ରୋଲିଂ ଟିମକୁ ଲଗାଇଥିଲେ । ଗାଡ଼ିକୁ ପିଛା କରିବାକୁ ବ୍ୟକ୍ତି ଜଣକ ଜୋରରେ ଡ୍ରାଇଭ କରିବା ଆରମ୍ଭ କରିଥିଲା। ଯେବେ ଆମେ ଗାଡ଼ିକୁ ଅଟକାଇ ଦେଖିଲୁ ସେବେ ବ୍ୟକ୍ତି ନଗ୍ନ ଓ ରକ୍ତ ଜୁଡବୁଡୁ ଅବସ୍ଥାରେ ଥିଲା । କିନ୍ତୁ ଗିରଫ କରିବା ପୂର୍ବରୁ ପୁଣି ଥରେ ଟାଇସନ୍ ଜାତୀୟ ରାଜପଥର ତଳ ରାସ୍ତାରେ ଦେଇ ପଳାଇଥିଲା । ଅଲେକ୍ଜୋଣ୍ଡିଆ ପୋଲିସ ଅଭିଯୁକ୍ତକୁ ରାଜପଥ ୭୦ରୁ ଧରିଥିଲା । ଲୋକଙ୍କ କହିବା ମୁତାବକ ବ୍ୟକ୍ତି ଜଣକ ଜଣେ କାର୍ ଚୋର । ଚୋରି କରି ଖସି ପଳାଉଥିବା ବେଳେ ଶେଷରେ ଟାଇସନକୁ ଧରିଛି ପୋଲିସ ।

Get real time updates directly on you device, subscribe now.