fbpx

ଜାତୀୟ ଓ ରାଜ୍ୟ ରାଜପଥ କଡ଼ରୁ ମଦ ଦୋକାନ ହଟାଅ: ସୁପ୍ରିମକୋର୍ଟ

Advertisement

ନୂଆଦିଲ୍ଲୀ: ମଦ ବ୍ୟବସାୟୀ ଓ ଗ୍ରାହକଙ୍କ ପାଇଁ ଏକ ଦୁଃଖ ଖବର । ଏଣିକି ସମସ୍ତ ଜାତୀୟ ଓ ରାଜ୍ୟ ରାଜପଥ କଡ଼ରୁ ଉଠିଯିବ ସମସ୍ତ ମଦ ଦୋକାନ । ରାଜପଥର ୫୦୦ ମିଟର ଦୂରରେ ମଧ୍ୟରେ କୌଣସି ମଦ ଦୋକାନ ରହିବ ନାହିଁ । ଏହି ସାନି ନିର୍ଦ୍ଦେଶନାମା ପରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଏହାର କାର୍ଯ୍ୟକାରିତା ନେଇ କୁହାଯାଇଛି ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ଜାତୀୟ ଓ ରାଜ୍ୟ ରାଜପଥ କଡ଼ରେ ଥିବା ମଦ ଦୋକାନଗୁଡ଼ିକର ଲାଇସେନ୍ସ ରଦ୍ଦ କରାଯାଉ । ୨୦ ହଜାର ଲୋକସଂଖ୍ୟା ବିଶିଷ୍ଟ ସ୍ଥାନୀୟ ଅଞ୍ଚଳମାନଙ୍କରେ ମଦ ଦୋକାନ ଖୋଲିବା ନେଇ ୫୦୦ ମିଟରରୁ ୨୨୦ ମିଟରକୁ ଦୂରତା କମାଇ ଦିଆଯାଇଛି । ସେହିପରି ଜାତୀୟ ଓ ରାଜ୍ୟ ରାଜପଥ ଥିବା ସ୍ଥାନମାନଙ୍କରେ ମଦ ଦୋକାନ ଖୋଲିବାକୁ ଦୂରତା ୫୦୦ ମିଟର ରଖାଯାଇଛି । ୨୦୧୬ ମସିହାରେ ସୁପ୍ରିମକୋର୍ଟ ମଧ୍ୟ ଜାତୀୟ ଓ ରାଜ୍ୟ ରାଜପଥର ଉଭୟ କଡ଼ରେ ମଦ ବିକ୍ରି ନେଇ କଟକଣା ଜାରି କରିଥିଲେ । ଏହା ସହ ରାଜପଥ ରାସ୍ତା କଡ଼ରେ କୌଣସି ପ୍ରକାର ମଦ ସମ୍ବନ୍ଧୀୟ ବିଜ୍ଞାପନ, ହୋର୍ଡିଂ ନ ଲଗାଇବା ନେଇ ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଥିଲେ । ସାଧାରଣତଃ ମୋଟର ଯାନ ଆକ୍ଟ, ୧୯୮୮ର ଧାରା ୧୮୫ ଅନୁଯାୟୀ, ମଦ୍ୟପାନ କରି ଡ୍ରାଇଭିଂ କରୁଥିବା ବ୍ୟକ୍ତିଙ୍କୁ ଜେଲଦଣ୍ଡ ଓ ଜରିମାନା ଲାଗୁ କରାଯାଏ । ଏହାସହ ମଦ୍ୟପାନ କରି ଡ୍ରାଇଭିଂ କରିବାର ଭୟାବହତା ବିଷୟରେ ବିଭିନ୍ନ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ ମାଧ୍ୟମରେ ମନ୍ତ୍ରଣାଳୟ ଦ୍ୱାରା ସଚେତନତା କରାଯାଉଛି ।

Get real time updates directly on you device, subscribe now.