ପ୍ରେମିକା ସହ ଡାକ୍ତରଙ୍କ ଅଶ୍ଲୀଳ ବ୍ୟବହାର, ପ୍ରେମିକ କରିଦେଲା ମର୍ଡର୍

ପ୍ରେମିକା ସହ ଅଶ୍ଲୀଳ ବ୍ୟବହାର ଦେଖି ସହି ପାରିଲାନି ପ୍ରେମିକ। ଡାକ୍ତରଙ୍କ ମୁଣ୍ଡକୁ ହାତୁଡ଼ିରେ ପିଟି, ପେଟ ଚିରି ଦେଲା ଅଭିଯୁକ୍ତ।

ନୂଆଦିଲ୍ଲୀ: ଇକୋଟେକ୍-୩ ଅଞ୍ଚଳରେ ଦିଲ୍ଲୀରେ ରହୁଥିବା ଜଣେ ଡାକ୍ତରଙ୍କୁ ହତ୍ୟା ମାମଲାରେ ପୁଲିସ ତାଙ୍କ ଭଡ଼ାଟିଆକୁ ଗିରଫ କରିଛି।

ଭଡ଼ାଟିଆ ଅଭିଯୋଗ କରିଛନ୍ତି ଯେ ଡାକ୍ତର ତାଙ୍କ ପ୍ରେମିକାଙ୍କୁ ଅଶ୍ଳୀଳ ବ୍ୟବହାର ଦେଖାଇଥିଲେ, ଯେଉଁଥିପାଇଁ ତାଙ୍କୁ ହତ୍ୟା କରାଯାଇଥିଲା।

ପୁଲିସ ଡେପୁଟି କମିସନର ଶକ୍ତି ମୋହନ ଅବସ୍ଥି ଗୁରୁବାର କହିଛନ୍ତି ଯେ ଦିଲ୍ଲୀର କୁଣ୍ଡଲିରେ ରହୁଥିବା ଡାକ୍ତର ଦିନେଶ ଗୌରଙ୍କ ଗ୍ରେଟର ନୋଏଡାର କୁଲେସରା ଗ୍ରାମର ସଞ୍ଜୟ ବିହାର କଲୋନିରେ ଏକ ଘର ରହିଛି।

ସେ ଉଲ୍ଲେଖ କରିଛନ୍ତି ଯେ ଜାନୁଆରୀ ୨୩ ତାରିଖରେ ସେ କୁଶୀନଗରର ବାସିନ୍ଦା ଇମ୍ତିଆଜ୍ ଏବଂ ଜଣେ ମହିଳାଙ୍କୁ ତାଙ୍କ ଘରେ ଏକ ରୁମ୍ ଭଡ଼ାରେ ନେଇଥିଲେ।

ଅଭିଯୁକ୍ତର ଗାର୍ଲଫ୍ରେଣ୍ଡ ସହ ଡାକ୍ତର ଦିନେଶ ଅସଦାଚରଣ କରୁଥିଲେ, ସେଥିଲାଗି ଦୁଇ ଜଣଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଅଭିଯୁକ୍ତ ତାଙ୍କ ପ୍ରେମିକାକୁ ସେଠାରୁ ପଠାଇ ଦେଇଥିଲେ।

ଦିନେଶଙ୍କ ଘରେ ପଡ଼ିଥିବା ହାତୁଡ଼ି ଉପରେ ଅଭିଯୁକ୍ତର ନଜର ପଡ଼ିଥିଲା। ସେହି ହାତୁଡ଼ିରେ ସେ ଦିନେଶଙ୍କ ମୁଣ୍ଡକୁ ହାତୁଡ଼ିରେ ଶକ୍ତ ଆଘାତ ଦେଇଥିଲା।

ଦିନେଶ ତଳେ ପଡ଼ିଯିବା ପରେ ଅଭିଯୁକ୍ତ ଦିନେଶଙ୍କ ପେଟକୁ ଏକ ସର୍ଜିକାଲ ବ୍ଲେଡ୍ ସାହାର୍ଯ୍ୟରେ କାଟି ଦେଇଥିଲା।

ଏହି ଘଟଣା ପରେ ଅଭିଯୁକ୍ତ ନିଜ ମହିଳା ବନ୍ଧୁଙ୍କ ସହ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଘଟଣା ପରେ ଅଭିଯୁକ୍ତ ତାଙ୍କ ମହିଳା ବନ୍ଧୁଙ୍କ ସହ ସେଠାରୁ ଫେରାର ହୋଇଯାଇଥିବା ଡିସିପି କହିଛନ୍ତି।

ବୁଧବାର ସନ୍ଧ୍ୟାରେ ଅଭିଯୁକ୍ତ ଇମ୍ତିଆଜକୁ ପୁଲିସ ଗିରଫ କରିଥିବା ସେ ସୂଚନା ଦେଇଛନ୍ତି। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। କୋର୍ଟ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତ ପାଇଁ ଜେଲ୍ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।