fbpx

Nokia ଲଞ୍ଚ କଲା ଏହାର ନୂଆ ଲାପଟପ, ୮ ଜିବି ରାମ ସହ ରହିଛି ଅନେକ ଫିଚର୍ସ, ଦେଖନ୍ତୁ ଡିଟେଲ୍

Advertisement

ଭୁବନେଶ୍ୱର: ମୋବାଇଲ ନିର୍ମାତା କମ୍ପାନୀ Nokia ଏବେ ଏହାର ନୂଆ ଲାପଟପ୍ ଲଞ୍ଚ କରିଛି । off global ସହଭାଗିତାରେ ତିଆରି କରିଛି ଏହି ଲାପଟପ୍ , off ବ୍ରାଣ୍ଡ ଏହି ଲାପଟପ୍ ର ଡିଜାଇନ ଏବଂ ବିକ୍ରି ପାଇଁ ନୋକିଆ ସହ ସହଭାଗିତା କରିଛି ।

ଅଫ୍ ଗ୍ଲୋବାଲ ଏହି ସହଭାଗିତା ଅନୁଯାୟୀ ଏହାର ପ୍ରଥମ ଲାପଟପ Nokia PureBook Pro ନାମରେ ଲଞ୍ଚ ହୋଇଛି । ଏହାକୁ ଦୁଇଟି ଭ୍ୟାରିଏଣ୍ଟରେ ଲଞ୍ଚ କରାଯାଇଛି । ତେବେ ଦୁଇ ଭ୍ୟାରିଏଣ୍ଟରେ କେବଳ ଡିସପ୍ଲେ ଏବଂ ବ୍ୟାଟେରୀରେ ଫରକ ଦେଖିବାକୁ ମିଳିବ । ଏହା ଏପରି ଏକ ଲାପଟପ୍ ଯାହାଦ୍ୱାରା ଆପଣ ଆପଣଙ୍କର ବ୍ୟକ୍ତିଗତ ଏବଂ ପ୍ରୋଫେସନାଲ କାମ କରିପାରିବେ । ଏହାର ଦାମ ଭାରତୀୟ ମୁଦ୍ରାରେ ୫୯,୦୦୦ ଟଙ୍କା ରହିଛି ।

ଏଭଳି ରହଛି ଏହାର ଫିଚର୍ସ:

Nokia PureBook Pro ରେ ଫୁଲ୍ ଏଚଡି IPS ସ୍କ୍ରିନ ଦିଆଯାଇଛି । ଏଥିରେ 12th  Generation Intel Core i3 ପ୍ରୋସେସର ଦିଆଯାଇଛି । ନୋକିଆ ଦାବି କରିଛି ଯେ ଏହି ଲାପଟପ୍ ଖୁବ୍ ପତଳା । Nokia PureBook Pro ଲାପଟପ ରେ ୮ଜିବି ରାମ୍ ଏବଂ ୫୧୨ ଜିବି SSD ରହିଛି । ଲାପଟପରେ ଫୁଲ ଏଚଡି ଆଇପିଏସ ଡିସପ୍ଲେ ଏବଂ 2 MP ର କ୍ୟାମେରା ରହିଛି । ଏହାକୁ ଡାର୍କ ଗ୍ରେ, ରେଡ୍, ସିଲଭର କଲର ଅପ୍ସନରେ ଲଞ୍ଚ କରାଯାଇଛି । ୧୫.୬ ଇଞ୍ଚର ଏହି ଲାପଟପର ଓଜନ ୧.୭ କିଲୋଗ୍ରାମ ରହିଛି ଏଥିରେ 57 wH ର ବ୍ୟାଟେରୀ ଦିଆଯାଇଛି । ସେହିପରି ୧୭.୩ ଇଞ୍ଚ ଲାପଟପର ଓଜନ ୨.୫ କିଲୋଗ୍ରାମ ରହିଛି ଏବଂ ଏଥିରେ 67 wh ବ୍ୟାଟେରୀ ରହିଛି । ଉଭୟ ଭ୍ୟାରିଏଣ୍ଟରେ Windows 11 ଅପରେଟିଂ ସିଷ୍ଟମ ଦେଖବାକୁ ମିଳିବ ।

Get real time updates directly on you device, subscribe now.