fbpx

ପଦ୍ମ ପୁରସ୍କାର-୨୦୨୨ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ, ଜାଣନ୍ତୁ କେବେ ରହିଛି ଅନ୍ତିମ ତାରିଖ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ର ଗୃହ ବିଭାଗ ପକ୍ଷରୁ ପଦ୍ମ ପୁରସ୍କାର-୨୦୨୨ ପାଇଁ ନାମାଙ୍କନ ଓ ସୁପାରିଶ ପ୍ରକ୍ରିୟାର ଆରମ୍ଭ ହୋଇଛି । ଆସନ୍ତା ୨୦୨୨ ମସିହାରେ ଗଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ଘୋଷଣା କରାଯିବ । ପଦ୍ମ ପୁରସ୍କାର ଅର୍ଥାତ ପଦ୍ମ ବିଭୂଷଣ, ପଦ୍ମ ଭୂଷଣ, ପଦ୍ମ ଶ୍ରୀ ପୁରଷ୍କାର ନାମାଙ୍କନ ପାଇଁ ଅନ୍ତିମ ତାରିଖ ହେଉଛି ଆସନ୍ତା ସେପ୍ଟମ୍ବର ମାସ ୧୫ ତାରିଖ । ତେବେ ପଦ୍ମ ପୁରସ୍କାର ନିମନ୍ତେ ନାମାଙ୍କନ ଓ ସୁପାରିଶ ପାଇଁ ଅନଲାଇନରେ ପଦ୍ମ ପୁରସ୍କାର ପୋର୍ଟାଲ https://padmaawards.gov.inରେ ଆବେଦନ କରାଯିବ ।

୧୯୫୪ ମସିହାରୁ ଏହି ପୁରସ୍କାର ପ୍ରତ୍ୟେକ ବର୍ଷ ଗଣତନ୍ତ୍ର ଦିବସ ଅବସରରେ ପ୍ରଦାନ କରାଯାଇ ଆସୁଛି । କଳା, ସାହିତ୍ୟ, ଶିକ୍ଷା, ଖେଳ, ଚିକିତ୍ସା, ସାମାଜିକ କାର୍ଯ୍ୟ, ବିଜ୍ଞାନ ଓ ଇଞ୍ଜିନିୟରି, ଜନ ସମ୍ପର୍କ, ସାଧାରଣ ସେବା, ବ୍ୟବସାୟ ଓ ଶିଳ୍ପ ଆଦି କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତିବିଶେଷଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ବିନା ଜାତି, ପଦ ଓ ଲିଙ୍ଗ ଭେଦରେ ପ୍ରତ୍ୟେକ ବ୍ୟକ୍ତି ଏହି ପୁରସ୍କାର ପାଇଁ ଯୋଗ୍ୟ ଅଟନ୍ତି । କେବଳ ଡାକ୍ତର ଓ ବୈଜ୍ଞାନିକଙ୍କୁ ଛାଡ଼ିଦେଲେ ସରକାରୀ କର୍ମଚାରୀ, ପିଏସୟୁରେ କାର୍ଯ୍ୟ କରୁଥିବା ଲୋକମାନେ ଏହି ପୁରସ୍କାର ପାଇଁ ଯୋଗ୍ୟ ହୋଇପାରିବେନି । ପଦ୍ମ ପୁରସ୍କାର ନାମାଙ୍କନ ଓ ସୁପାରିଶର ସମସ୍ତ ବିବରଣୀ ପଦ୍ମ ପୋର୍ଟାଲରେ ଉପଲବ୍ଧ । ସରକାର ପଦ୍ମ ପୁରସ୍କାରକୁ ‘ଜନସାଧାରଣଙ୍କ ପଦ୍ମ’ ଭାବେ ପରିବର୍ତ୍ତନ କରିବା ନେଇ ସଂକଳ୍ପବଦ୍ଧ ଅଟନ୍ତି । ତେଣୁ ସମସ୍ତ ନାଗରିକ ନିଜ ନିଜ ନାମାଙ୍କନ ଓ ସୁପାରିଶ କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଅନୁରୋଧ କରାଯାଇଛି ।

Get real time updates directly on you device, subscribe now.