fbpx

କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର: ବଢ଼ିଲା ମହଙ୍ଗା ଭତ୍ତା, ଜାଣନ୍ତୁ କେତେ

ନୂଆଦିଲ୍ଲୀ: କରୋନା ସଙ୍କଟ କାଳରେ କେନ୍ଦ୍ର କର୍ମଚାରୀଙ୍କୁ ବଡ଼ ଉପହାର ଦେଇଛନ୍ତି କେନ୍ଦ୍ର ସରକାର । ସୂତ୍ରରୁ ଖବର ମିଳିଛି ଯେ, କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ମହଙ୍ଗା ଭତ୍ତା ଉପରେ ଲଗାଯାଇଥିବା ପ୍ରତିବନ୍ଧକ ଗୁଡିକ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି । କ୍ୟାବିନେଟରେ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ବା DAକୁ ୧୭ ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି କରାଯାଇଛି । ଅର୍ଥାତ୍ DAରେ ୧୧ ପ୍ରତିଶତ ବୃଦ୍ଧି ହୋଇଛି । ୧ ଜୁଲାଇ ୨୦୨୧ରୁ ପିଛିଲା ଭାବେ ଲାଗୁ ହେବ। ଫଳରେ ୪୮ ଲକ୍ଷ କର୍ମଚାରୀ ଓ ୬୫ ଲକ୍ଷ ପେନସନଭୋଗୀ ଉପକୃତ ହେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ତେବେ କେନ୍ଦ୍ର କର୍ମଚାରୀଙ୍କ DAରେ ୩ଟି କିସ୍ତି ଆସିବା ବାକି ରହିଛି । କରୋନା ସଙ୍କଟ ମଧ୍ୟରେ ସରକାରଙ୍କ ପକ୍ଷରୁ DA ଉପରେ ରୋକ ଲଗାଯାଇଥିଲା । ଡିଏ ବଢ଼ିବାରୁ ସେପ୍ଟେମ୍ବରରୁ ବମ୍ପର ଦରମା ଆସିବାର ଆଶଙ୍କା କରାଯାଉଛି ।

ତେବେ ପୂର୍ବରୁ ଶ୍ରମ ମନ୍ତ୍ରଣାଳୟ ମେ’ ୨୦୨୧ ପାଇଁ ଏଆଇସିପିଆଇ ଆକଳନ କରିଥିଲା । ମେ’ ୨୦୨୧ ପାଇଁ ସୂଚକାଙ୍କ ୦.୫ ପଏଣ୍ଟ ବୃଦ୍ଧି ପାଇଛି, ଫଳରେ ତାହା ୧୨୦.୬ ରେ ପହଞ୍ଚିଛି । ସପ୍ତମ ବେତନ ଆୟୋଗ ଅଧୀନରେ ଏବେ କେନ୍ଦ୍ରୀୟ କର୍ମଚାରୀଙ୍କୁ ୧୭% ମହଙ୍ଗା ଭତ୍ତା ମିଳୁଛି । ପୂର୍ବର ୩ଟି କିସ୍ତିର DA ବଢ଼ିବା ପରେ ତାହା ସିଧାସଳଖ ୨୮ ପ୍ରତିଶତ ବଢ଼ିଯିବ ।

Get real time updates directly on you device, subscribe now.