fbpx

ଆସନ୍ତାକାଲି ପ୍ରକାଶ ପାଇବ ୨୦୨୪ ସାଧାରଣ ନିର୍ବାଚନର ଦ୍ୱିତୀୟ ପର୍ୟ୍ୟାୟ ପାଇଁ ବିଜ୍ଞପ୍ତି

ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଆସନ୍ତାକାଲି ଠାରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । ତେବେ ସାଧାରଣ ନିର୍ବାଚନରେ ମତଦାନ ହେବାକୁ ଥିବା ୧୨ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶର ୮୮ଟି ସଂସଦୀୟ କ୍ଷେତ୍ର ପାଇଁ ଆସନ୍ତାକାଲି ଅର୍ଥାତ ୨୮ ମାର୍ଚ୍ଚ ୨୦୨୪ରେ ବିଜ୍ଞପ୍ତି ପ୍ରକାଶ ପାଇବ । ଦ୍ୱିତୀୟ ପର୍ଯ୍ୟାୟରେ ବାହ୍ୟ ମଣିପୁର ସଂସଦୀୟ ନିର୍ବାଚନ ମଣ୍ଡଳୀରେ ଆଂଶିକ ମତଦାନ ସହିତ ଉପରୋକ୍ତ ୮୮ଟି ସଂସଦୀୟ କ୍ଷେତ୍ରରେ ନିର୍ବାଚନ ଆୟୋଜନ କରାଯିବ ।

ସୂଚନା ଥାଉକି, ବାହ୍ୟ ମଣିପୁର ସଂସଦୀୟ କ୍ଷେତ୍ରର ବିଜ୍ଞପ୍ତିକୁ ପ୍ରଥମ ପର୍ଯ୍ୟାୟ ପାଇଁ ଜାରି ଗେଜେଟ୍‌ ବିଜ୍ଞପ୍ତିରେ ସାମିଲ କରାଯାଇଥିଲା। ବାହ୍ୟ ମଣିପୁର ସଂସଦୀୟ ନିର୍ବାଚନ କ୍ଷେତ୍ରର ୧୫ଟି ବିଧାନସଭା କ୍ଷେତ୍ରରେ ୧୯ ଏପ୍ରିଲ ୨୦୨୪ (ପର୍ଯ୍ୟାୟ ୧)ରେ ମତଦାନ ହେବ ଏବଂ ଏହି ସଂସଦୀୟ ନିର୍ବାଚନ ମଣ୍ଡଳୀର ୧୩ଟି ବିଧାନସଭା କ୍ଷେତ୍ରରେ ୨୬ ଏପ୍ରିଲ୍‌ ୨୦୨୪ (ଦ୍ୱିତୀୟ ପର୍ଯ୍ୟାୟ)ରେ ମତଦାନ ହେବ।

ଦ୍ୱିତୀୟ ପର୍ଯ୍ୟାୟରେ ସାମିଲ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ହେଉଛି – ଆସାମ, ବିହାର, ଛତିଶଗଡ଼, ଜାମ୍ମୁ ଓ କାଶ୍ମୀର, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ତ୍ରିପୁରା, ଉତ୍ତର ପ୍ରଦେଶ ଓ ପଶ୍ଚିମବଙ୍ଗ। ଏହାବ୍ୟତୀତ ମଣିପୁରର ଗୋଟିଏ ସଂସଦୀୟ କ୍ଷେତ୍ର (ବାହ୍ୟ ମଣିପୁର)ର ଗୋଟିଏ ଭାଗ।

ଉଲ୍ଲେଖ ଥାଉକି, ଦେଶର ୫୪୩ଟି ଲୋକସଭା ଆସନ ପାଇଁ ମୋଟ୍ ୭ଟି ପର୍ଯ୍ୟାୟରେ ମତଦାନ ହେବ । ଏହା ଏପ୍ରିଲ ୧୯ରୁ ଆରମ୍ଭ ହୋଇ ଜୁନ୍ ୧ରେ ଶେଷ ହେବ ଏବଂ ଜୁନ୍ ୪ରେ ଫଳାଫଳ ପ୍ରକାଶ ପାଇବ । ତେବେ ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ସେହିପରି ଏପ୍ରିଲ ୨୬ରେ ୨ୟ ପର୍ଯ୍ୟାୟ, ମେ’ ୭ରେ ୩ୟ ପର୍ଯ୍ୟାୟ, ମେ’ ୧୩ରେ ଚତୁର୍ଥ ପର୍ଯ୍ୟାୟ, ମେ’ ୨୦ରେ ୫ମ ପର୍ଯ୍ୟାୟ, ମେ’ ୨୫ରେ ଷଷ୍ଠ ପର୍ଯ୍ୟାୟ ଏବଂ ଜୁନ୍‌ ୧ରେ ସପ୍ତମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହାପରେ ଜୁନ୍‌ ୪ ମଙ୍ଗଳବାର ଦିନ ଉଭୟ ଲୋକସଭା ଓ ବିଧାନସଭାର ଫଳାଫଳ ପ୍ରକାଶ ପାଇବ।

Get real time updates directly on you device, subscribe now.