ମଦ ପିଉନଥିବା ଲୋକଙ୍କୁ ମଧ୍ୟ ହୋଇପାରେ ଫ୍ୟାଟି ଲିଭର! ଏହି ଲକ୍ଷଣ ଦେଖାଗଲେ ହୋଇଯାଅ ସାବଧାନ୍

ନିଜକୁ ସୁସ୍ଥ ରଖିବା ପାଇଁ ସବୁବେଳେ ପେଟର ଯତ୍ନ ନେବା ଆବଶ୍ୟକ । ଆମ ଶରୀରର ଅଧିକାଂଶ ସମସ୍ୟା ପେଟରୁ ଆରମ୍ଭ ହୋଇଥାଏ । ଯଦି ଖାଦ୍ୟ ସଠିକ୍ ଭାବରେ ହଜମ ହେଉନାହିଁ, ପେଟ ଫୁଲିବା ବା କୌଣସି ପ୍ରକାରର ହଜମ ସମସ୍ୟା ରହିଛି, ତେବେ ଆପଣଙ୍କୁ ନନ୍-ଆଲକୋହଲିକ୍ ଫ୍ୟାଟି ଲିଭର ରୋଗ ହୋଇପାରେ ।

ଏହା ଟିକେ ଅଜବ ହୋଇପାରେ ଯେ, ମଦ୍ୟପାନ ନକରି ଆପଣଙ୍କ ଲିଭର ମୋଟା ହୋଇପାରେ । ଫ୍ୟାଟି ଲିଭର ଏତେ ବିପଜ୍ଜନକ ଯେ ଏହା ଆପଣଙ୍କ ଶରୀରରେ ହେପାଟାଇଟିସ୍ ଏବଂ ଲିଭର ସିରୋସିସ୍ ଭଳି ଗୁରୁତର ରୋଗର ଆଶଙ୍କା ବଢ଼ାଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଯଦି ଏହାର ସଠିକ୍ ଚିକିତ୍ସା କରା ନ ଯାଏ, ତେବେ ଲିଭର ଧୀରେ ଧୀରେ ଖରାପ ହେବାକୁ ଲାଗେ ।

ଫ୍ୟାଟି ଲିଭର କ’ଣ?
ନନ୍-ଆଲକୋହଲିକ୍ ଫ୍ୟାଟି ଲିଭର ରୋଗ ସମୟରେ ଅତ୍ୟଧିକ ଚର୍ବି ଯକୃତରେ ଜମା ହେବା ଆରମ୍ଭ କରେ । କୌତୁହଳର ବିଷୟ ହେଉଛି କି, ମଦ ପିଉନଥିବା ଲୋକଙ୍କଠାରେ ଏହି ରୋଗ ଦେଖାଯାଏ । ସେଥିପାଇଁ ଏହାକୁ ନନ୍-ଆଲକୋହଲିକ୍ ମଧ୍ୟ କୁହାଯାଏ । କିନ୍ତୁ ବେଳେବେଳେ ମଦ୍ୟପାନ କରୁଥିବା ଲୋକମାନେ ଏହି ରୋଗରେ ଆକ୍ରାନ୍ତ ହୋଇପାରନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଯେତେବେଳେ ଆପଣଙ୍କ ଲିଭରରେ ଚର୍ବି ଜମା ହେବା ଆରମ୍ଭ ହୁଏ, ସେତେବେଳେ ଗ୍ୟାଷ୍ଟ୍ରୋ ସହିତ ଜଡିତ ଅନେକ ରୋଗ ହେବାକୁ ଲାଗେ ।

ଏହାର ଅର୍ଥ ଏହି ରୋଗ ପେଟ ଏବଂ ହଜମ ସମ୍ବନ୍ଧୀୟ ସମସ୍ୟାକୁ ବଢ଼ାଇଥାଏ । ଯଦି ଠିକ୍ ସମୟରେ ଚିକିତ୍ସା ଉପଲବ୍ଧ ନହୁଏ ତେବେ ଲିଭର ନଷ୍ଟ ହେବାର ଆଶଙ୍କା ରହିଥାଏ । ନନ୍-ଆଲକୋହଲିକ୍ ଫ୍ୟାଟି ଲିଭର ରୋଗ ମଧ୍ୟ ସିରୋସିସ୍ ରୋଗ ହେବାର ଆଶଙ୍କା ସୃଷ୍ଟି କରିପାରେ । ସେଥିପାଇଁ ଡାକ୍ତରଙ୍କୁ ଠିକ୍ ସମୟରେ ଦେଖାଯିବା ଉଚିତ୍ ।

ନନ୍-ଆଲକୋହଲିକ୍ ଫ୍ୟାଟି ଲିଭରର ଲକ୍ଷଣ :-

ପେଟ ଯନ୍ତ୍ରଣା:-
ଏହି ରୋଗ ହେତୁ ପେଟରେ ଯନ୍ତ୍ରଣା ଆରମ୍ଭ ହୁଏ । ଏଥିରେ ପେଟର ଉପର ଭାଗରେ ଯନ୍ତ୍ରଣା ଆରମ୍ଭ ହୁଏ । ଏହି ରୋଗ ଗୁପ୍ତ ଭାବରେ ଆପଣଙ୍କ ଶରୀରରେ ପ୍ରବେଶ କରେ ଏବଂ ବହୁତ ଯନ୍ତ୍ରଣା ଦିଏ । ଅବସ୍ଥା ଖରାପ ହେବା ସମୟରେ ଭୋକ ନଲାଗିବା ସହ ମନ ବିଚଳିତ ହୋଇଥାଏ ।

ପେଟ ଫୁଲିବା:-
ୱାର୍ଲ୍ଡ ଜର୍ଣ୍ଣାଲ ଅଫ୍ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଅନୁଯାୟୀ, ସିରୋସିସ୍ ରୋଗର ୮୦ ପ୍ରତିଶତ ମାମଲାରେ ଏହି ରୋଗ ଦେଖିବାକୁ ମିଳେ । ଫ୍ୟାଟି ଲିଭରରେ ପେଟ ଫୁଲିବା ଅତି ସାଧାରଣ ସମସ୍ୟା ।