fbpx
BJD SKY
BJD SKY

ବିଶ୍ୱରେ ବିରଳ ଘଟଣା: ୬୧ ବର୍ଷ ହେଲା ଆଦୌ ଶୋଇ ନାହାନ୍ତି ଜଣେ ବ୍ୟକ୍ତି, ହାଲିଆ ଲାଗୁନି, ନିଦ ଜମାରୁ ଆସୁନି

BJD

ନୂଆଦିଲ୍ଲୀ: ଅନେକ ସମୟରେ ଆମ ପୃଥିବୀରେ ଏପରି କିଛି ଘଟଣା ଘଟିଥାଏ ଯାହାକୁ କି ସହଜରେ ବିଶ୍ୱାସ କରିହୁଏ ନାହିଁ । ସାଧାରଣ ଭାବେ ମଣିଷ ଦିନକୁ ୬-୮ ଘଣ୍ଟା ଶୋଇବା ଉଚିତ ବୋଲି କୁହାଯାଇଥାଏ । ଏହାଠାରୁ କମ୍ ଶୋଇଲେ ଆମ ସମସ୍ତଙ୍କୁ ଚିଡ଼ଚିଡ଼ା, ଉଦବେଗ ଆଦି ବିଭିନ୍ନ ପ୍ରକାରର ଅସୁବିଧାକୁ ସାମ୍ନା କରିବାକୁ ପଡ଼ିଥାଏ ।

ତେବେ ଯଦି ଆପଣ ମାସେ ପର୍ଯ୍ୟନ୍ତ ଶୋଇବେ ନାହିଁ, ତେବେ କ’ଣ ହେବ ଥରେ ଭାବନ୍ତୁ । ସେହିପରି ଯଦି ବର୍ଷେ, ଦୁଇବର୍ଷ, ତିନି ବର୍ଷ…….୬୧ ବର୍ଷ ପର୍ଯ୍ୟନ୍ତ ଶୋଇବେ ନାହିଁ, ତେବେ ତା’ପରେ ଆପଣଙ୍କ ସହ କ’ଣ ଘଟିବ । ଏହାପରେ ଆପଣ ଏହାକୁ ମିଛ ବୋଲି କହିବେ ନା କାହାଣୀ ବୋଲି କହିବେ । ଏପରି ଜଣେ ବ୍ୟକ୍ତି ରହିଛନ୍ତି, ଯେ କି ଗତ ୬୧ ବର୍ଷ ହେଲା ଆଦୌ ଶୋଇ ନାହାନ୍ତି । ବର୍ତ୍ତମାନ ଉକ୍ତ ବ୍ୟକ୍ତିଙ୍କୁ ୮୦ ବର୍ଷ ହୋଇଥିବା ବେଳେ ତାଙ୍କର ପତ୍ନୀ ଓ ପିଲାମାନେ ତାଙ୍କୁ କେହି କେବେ ଶୋଇଥିବାର ଦେଖି ନାହାନ୍ତି ।

ଜଣାଶୁଣା ୟୁଟ୍ୟୁବର ଡ୍ରେଉ ବିନ୍ସକିଙ୍କୁ ଦେଇଥିବା ଏକ ସାକ୍ଷାତକାର ଅବସରରେ ଉକ୍ତ ବ୍ୟକ୍ତି ଜଣଙ୍କ ନିଜ ବିଷୟରେ ଅନେକ ରୋଚକ ତଥ୍ୟ ପ୍ରଦାନ କରିଛନ୍ତି । ଏହାପୂର୍ବରୁ ତାଙ୍କୁ ନିଦ ନ ଆସିବା ନେଇ ଅନେକ ମିଡ଼ିଆରେ ରିପୋର୍ଟ ପ୍ରକାଶ ପାଇ ସାରିଛି । ଭିଏତନାମରେ ରହୁଥିବା ଉକ୍ତ ବ୍ୟକ୍ତିଙ୍କର ନାମ ହେଉଛି ଥାଇ ଏନଜୋକ । ଦିନେ ରାତିରେ ତାଙ୍କୁ ଜ୍ୱର ଆସିଥିଲା ଓ ତା’ପରେ ସେ କେବେ ବି ଶୋଇ ପାରିନଥିଲେ ବୋଲି କହିଥିଲେ ।

ତେବେ ଏଭଳି ବିମାରୀକୁ ଏକ୍ସପର୍ଟମାନେ ଇନସୋମ୍ନିଆ ବା ଅନିଦ୍ରା କୁହନ୍ତି । ଏହି କାରଣରୁ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିପାରେ । ମାତ୍ର ଏନଜୋକଙ୍କ ସ୍ୱାସ୍ଥ୍ୟ ଉପରେ ଏହାର କୌଣସି ପ୍ରଭାବ ପଡ଼ିନଥିଲା । ୮୦ ବର୍ଷ ବୟସରେ ବି ଏନଜୋକ ବୁଲିବା, ଜମିରେ କାମ କରିବା ଆଦି ସବୁକିଛି କରିପାରୁଛନ୍ତି । ଅନ୍ୟ ଲୋକଙ୍କ ଅପେକ୍ଷା ତାଙ୍କୁ କମ୍ ଥକ୍କା ଲାଗେ ।

ଯେତେବେଳେ ଏନଜୋକ ଅତ୍ୟଧିକ ଡ୍ରିଙ୍କ କରନ୍ତି ସେତେବେେଳେ ୧-୨ ଘଣ୍ଟା ପାଇଁ ଶୋଇ ପଡ଼ନ୍ତି । ମାତ୍ର ତାଙ୍କୁ ପୂରା ନିଦ ଆସିନଥାଏ । ଏନଜୋକ ଦେଶୀ ମଦ ପ୍ରସ୍ତୁତି କାର୍ଯ୍ୟ କରିଥାନ୍ତି । ସେ ରାତି ୨-୩ଟା ପର୍ଯ୍ୟନ୍ତ ଡ୍ୟୁଟିରେ ବ୍ୟସ୍ତ ରହିଥାନ୍ତି । ଅନେକ ଲୋକଙ୍କୁ ଏହି କଥା ବିଶ୍ୱାସ ହୋଇନଥାଏ । ତେଣୁ ଅନେକ ବିଦେଶୀ ଏନଜୋକଙ୍କୁ ନିକଟକୁ ଆସି ଚେକ୍ ମଧ୍ୟ କରିଛନ୍ତି । ଏପରିକି କିଛି ବ୍ୟକ୍ତି ତାଙ୍କ ସହ ରାତିରେ ସମୟ ବିତାଇ ସତ୍ୟ କ’ଣ ତାହା ଜାଣିବାକୁ ପ୍ରୟାସ କରିଥିଲେ ।

Get real time updates directly on you device, subscribe now.