fbpx

‘କାନ୍ତାରା’ ର ନିର୍ମାତାଙ୍କୁ ଆଶ୍ୱସ୍ତି; ହାଇକୋର୍ଟ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ : ଫିଲ୍ମ’କାନ୍ତାରା’ର ନିର୍ମାତାଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଏହି ଚଳଚ୍ଚିତ୍ରର ‘ବହରା ରୂପମ୍’ ଗୀତକୁ ବିନା ଅନୁମତିରେ କପି ରାଇଟ୍ସର କରାଯାଇଥିବା ନେଇ ନିର୍ମାତାମାନଙ୍କ ନାମରେ ଅଭିଯୋଗ ହୋଇଥିଲା । ଏହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟ ନିର୍ମାତା ବିଜୟ କିରାଗାନ୍ଦୁର ଏବଂ ନିର୍ଦ୍ଦେଶକ ଋଷଭ ଶେଟ୍ଟୀଙ୍କ ସପକ୍ଷରେ ରାୟ ଶୁଣାଇ ହାଇକୋର୍ଟ ନିଷ୍ପତ୍ତିକୁ ଖାରଜ କରିଛନ୍ତି । ସୂଚନାଯୋଗ୍ୟ, ‘ବହରା ରୂପମ୍’ ଗୀତକୁ ଫିଲ୍ମରେ ପ୍ରଦର୍ଶନ କରାଯିବ ନାହିଁ ବୋଲି ହାଇକୋର୍ଟ ରାୟ ଦେଇଥିଲେ ।

ଫିଲ୍ମ ‘କାନ୍ତାରା’ର ନିର୍ଦ୍ଦେଶକ ଏବଂ ନିର୍ମାତାଙ୍କୁ ସୁପ୍ରିମକୋର୍ଟ ଆଗୁଆ ଜାମିନ ପ୍ରଦାନ କରିଛନ୍ତି। ଏହା ସହିତ ଫିଲ୍ମରୁ ଗୀତ ହଟାଇବାକୁ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ସ୍ଥଗିତ ରଖିଛନ୍ତି। ସୁପ୍ରିମକୋର୍ଟ ରାୟରେ କହିଛନ୍ତି ଯେ, ଗୀତର ରାଇଟ୍ସ ଉଲ୍ଲଂଘନ ଘଟଣାର ଅନୁସନ୍ଧାନ ପାଇଁ ଫେବୃଆରୀ ୧୨ ଏବଂ ୧୩ ରେ ଫିଲ୍ମର ନିର୍ମାତା-ନିର୍ଦ୍ଦେଶକ ପଚରାଉଚରା କରାଯିବ କିନ୍ତୁ ଗିରଫ କରାଯିବ ନାହିଁ।

 

ଏଠାରେ କହି ରଖୁଛୁ ଯେ, ଫିଲ୍ମ ରିଲିଜ୍ ହେବା ପରେ ‘ବହରା ରୂପମ୍’ ଗୀତ ଚୋରି ହୋଇଛି ବୋଲି କେରଳ ବ୍ୟାଣ୍ଡ ତାଇକୁଦମ୍ ବ୍ରିଜ୍ ଅଭିଯୋଗ କରିଥିଲେ। ସେ କହିଥିଲେ ଯେ ଫିଲ୍ମର ନିର୍ମାତାମାନେ ତାଙ୍କ ଗୀତ ‘ନବରରସମ’ରୁ କପି କରିଛନ୍ତି। ଏହା ପରେ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରି ୟୁଟ୍ୟୁବରୁ ‘ବହରା ରୂପମ୍’ ର ଭିଡିଓ ଡିଲିଟ କରାଯାଇଥିଲା। ତେବେ ଏହି ଗୀତଟି ଫିଲ୍ମରୁ ହଟାଯାଇ ନାହିଁ। ଗୀତଟିକୁ ଫିଲ୍ମରୁ ହଟାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ, ବର୍ତ୍ତମାନ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସ୍ଥଗିତ ରଖିଛନ୍ତି।

Get real time updates directly on you device, subscribe now.