fbpx

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ମିଛ କହୁଛି ଉତ୍ତର କୋରିଆ! ଦେଶରେ ନାହିଁ ଗୋଟିଏ ବି କରୋନା କେସ୍

Advertisement

ନୂଆଦିଲ୍ଲୀ: ଚୀନରୁ ଆରମ୍ଭ ହୋଇଥିବା ଭୂତାଣୁ କରୋନା ଭାଇରସ୍ ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ ୪ ମିଲିୟନରୁ ଅଧିକ ଲୋକଙ୍କ ଜୀବନ ନେଇ ସାରିଲାଣି । ବେଜିଂର ପଡୋଶୀ ଦେଶ ଉତ୍ତର କୋରିଆ କହିଛି ଯେ ଏପର୍ଯ୍ୟନ୍ତ ତାଙ୍କ ଦେଶରେ ଗୋଟିଏ ବି କୋଭିଡ୍ ମାମଲା ପଞ୍ଜୀକୃତ ହୋଇନାହିଁ । ଏହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଉତ୍ତର କୋରିଆ ସୂଚନା ଦେଇଛି ।

କହିଛି ଯେ ଉତ୍ତର କୋରିଆରେ ଜୁନ ୧୦ ପର୍ଯ୍ୟନ୍ତ କରୋନା ଭାଇରସ୍ ପାଇଁ ୩୦ ହଜାରରୁ ଅଧରକ ଲୋକଙ୍କ ପାଇଁ ପରୀକ୍ଷା କରାଯାଇଛି । କିନ୍ତୁ ଏପର୍ଯ୍ୟନ୍ତ ଦେଶରେ କୌଣସି ସଂକ୍ରମଣର ରିପୋର୍ଟ ହୋଇନାହିଁ । ଉତ୍ତର କୋରିଆର ଅନୁସନ୍ଧାନ ଅନୁଯାୟୀ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ସର୍ଭେ ରିପୋର୍ଟରେ କହିଛି ଯେ ଜୁନ ୪ତାରିଖରୁ ୧୦ ତାରିଖ ମଧ୍ୟରେ ୭୩୩ ଜଣଙ୍କର ପରୀକ୍ଷା କରାଯାଇଥିଲା । ଯେଉଁଥିରେ ୧୪୯ ଜଣ ବ୍ୟକ୍ତି ସ୍ୱାଇନ୍ ଫ୍ଲୁ ଭଳି ରୋଗରେ କିମ୍ବା ଶ୍ୱାସକ୍ରିୟା ସଂକ୍ରମଣରେ ଆକ୍ରାନ୍ତ ହୋଇଥିଲେ ।

ଅନ୍ୟପଟେ ବିଷେଶଜ୍ଞମାନେ ଉତ୍ତରକୋରିଆର ଏହି ଦାବିକୁ ସନ୍ଦେହ କରୁଛନ୍ତି । ସେମାନଙ୍କ ମତରେ ସେଠାରେ ସଂକ୍ରମଣର କୌଣସି ମାମଲା ନାହିଁ ଯେତେବେଳେ ଏହାର ସ୍ୱାସ୍ଥ୍ୟ ଭିତ୍ତିଭୂମି ଅତ୍ୟନ୍ତ ଖରାପ । କେବଳ ସେତିକି ନୁହେଁ ଉତ୍ତର କୋରିଆର ବଡ ସହଯୋଗୀ ତଥା ଆର୍ଥିକ ଜୀବନ ରେଖା କୁହାଯାଉଥିବା ଚିନ ସୀମା ସହ ଏମାନଙ୍କ ସୀମା ମଧ୍ୟ ଲାଗିରହିଛି ।ଯଦି କୌଣସି ପ୍ରକାରର ସନ୍ଦେହ ନାହିଁ ତାହାଲେ ସୀମା ପାର ହେଉଥିବା ଯାତାୟତ ଏବଂ ବାଣିଜୟକୁ ସମ୍ପୂର୍ଣ୍ଣ ନିଷିଦ୍ଦ କାହିଁକି କରାଯାଇଛି । ଉତ୍ତର କୋରିଆର ନେତା କିମ୍ ଜୋଙ୍ଗ ଉନ୍ ଗତ ସପ୍ତାହରେ ଏକ ରାଜନୈତିକ ସମ୍ମିଳନୀରେ ଅଧିକାରୀମାନଙ୍କୁ କହିଥିଲେ ଯେ କୋଭିଡ୍-୧୯ର ପ୍ରତିବନ୍ଧକକୁ ଦୀର୍ଘ ସମୟ ଧରି ରଖିବାକୁ ପ୍ରସ୍ତୁତ ହେବାକୁ ସୂଚାଇଛି ଯେ ଦେଶଏପର୍ଯ୍ୟନ୍ତ ଏହାର ସୀମା ଖୋଲିବାକୁ ପ୍ରସ୍ତୁତ ନାହିଁ ।

Get real time updates directly on you device, subscribe now.